
ଢେଙ୍କାନାଳ: ଢେଙ୍କାନାଳରେ ପିଲାଚୋର ସନ୍ଦେହରେ ଜଣେ ବ୍ୟକ୍ତିକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିବାର ଖବର ମିଳିଛି। ସୂଚନା ଅନୁସାରେ ରାତି ୩ଟା ସମୟରେ ଢେଙ୍କାନାଳ ଟାଉନ ଥାନା କଣ୍ଟାନାଳୀ ବାଇପାସ ନିକଟରେ ଏକ ବସ୍ତି ଭିତରେ ଜଣେ ଅଜଣା ବ୍ୟକ୍ତି ଘରେ ପଶି ଯିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ତାକୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ସେମାନେ ତାକୁ ଧରିବା ପରେ ଖୁଣ୍ଟରେ ବାନ୍ଧି ମାଡ଼ି ମାରିବା ସହ ପୁଲିସକୁ ଖବର କରିଥିଲେ।

ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।
The post ପିଲାଚୋର ସନ୍ଦେହରେ ଅଜଣା ଲୋକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ first appeared on Sambad.
from ଜିଲ୍ଲା – Sambad https://ift.tt/2M6Ngtw
0 Comments