
ରାଉରକେଲା: ଦକ୍ଷିଣପୂର୍ବ ରେଳବାଇର ରାଞ୍ଚି ଓ ଚକ୍ରଧରପୁର ଡିଭିଜନର ଡିଭିଜନାଲ କମିଟିର ବୈଠକ ଆରମ୍ଭ ହୋଇଯାଇଛି। ତେବେ ଭିତରେ ଏହି ବୈଠକ ଚାଲିଥିବାବେଳେ ବାହାରେ ବିକ୍ଷୋଭ ଆରମ୍ଭ ହୋଇଯାଇଛି। ଏଥିରେ ୧୨ ଜଣ ସାଂସଦ ଯୋଗ ଦେଇଛନ୍ତି। ଥଇଥାନ ଦାବିରେ ଆଞ୍ଚଳିକ ସୁରକ୍ଷା କମିଟି ଏହି ବିକ୍ଷୋଭ କରୁଛନ୍ତି।
ଦକ୍ଷିଣପୂର୍ବ ରେଳବାଇର ରାଞ୍ଚି ଓ ଚକ୍ରଧରପୁର ଡିଭିଜନର ଡିଭିଜନାଲ କମିଟିର ବୈଠକ ସାଂସଦ ଜୁଏଲ ଓରାମଙ୍କ ଅଧକ୍ଷ୍ୟତାରେ ଚାଲିଛି। ଏଥିରେ ସାଂସଦ ସୁରେଶ ପୂଜାରୀ, ନୀତିଶ ଗଙ୍ଗଦେଵ, ବେଶ୍ୱେଶ୍ୱର ଟୁଡୁ, ଝାଡ଼ଖଣ୍ଡ ଜଗନ୍ନାଥପୁରର ଗୀତା କୋଡା, ରାଞ୍ଚିର ସଞ୍ଜୟ ସେଠ, ଜାମସେଦପୁରର ବିଦ୍ୟୁତ ବରଣ ମହାନ୍ତି, ଓ ମମତା ମାହାନ୍ତ, ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ସଞ୍ଜୟ ମହାନ୍ତି ଉପସ୍ଥିତ ଅଛନ୍ତି।
The post ଦକ୍ଷିଣପୂର୍ବ ରେଳବାଇର ରାଞ୍ଚି ଓ ଚକ୍ରଧରପୁର ଡିଭିଜନର ଡିଭିଜନାଲ କମିଟି ବୈଠକ first appeared on Sambad.
from ଜିଲ୍ଲା – Sambad https://ift.tt/3bOGPV1
0 Comments