କଟକ : ହସପିଟାଲ୍‌ରେ ୧୦ଟି ବେଡ୍‌ ପାଇଁ ଜଣେ ଆଟେଣ୍ତାଣ୍ଟ୍‌ ରହିବେ। ଆଟେଣ୍ତାଣ୍ଟ୍‌ଙ୍କ ରଖାଯିବାର ମୂଳ ଉଦ୍ଦେଶ୍ୟ ରୋଗୀ ସେବା କ୍ଷେତ୍ରରେ ଡାକ୍ତର ଓ ନର୍ସଙ୍କୁ ସହଯୋଗ କରିବା। କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତି ଶିଶୁଭବନରେ ପାଳନ କରାଯାଉ ନାହିଁ। ଏଠାରେ ଗୋଟିଏ ଗୋଟିଏ ଓ୍ୱାର୍ଡରେ ୯୦ବେଡ୍‌ ପାଇଁ ମାତ୍ର ଦୁଇଜଣ ଆଟେଣ୍ତାଣ୍ଟ୍‌ ରହୁଛନ୍ତି। ପରିସ୍ଥିତି ଏଭଳି ହେଲାଣି ଯେ ଓ୍ୱାର୍ଡରେ ଥିବା ଦୁଇଜଣ ଆଟେଣ୍ତାଣ୍ଟ୍‌ ଅକ୍ସିଜେନ୍‌ ସିଲିଣ୍ତର ପାଇଁ ଓ୍ୱାର୍ଡ ବାହାରକୁ ଗଲେ ଓ୍ୱାର୍ଡ ସମ୍ପୂର୍ଣ୍ଣ ଖାଲି ପଡ଼ୁଛି। କୌଣସି ଜରୁରୀ ପରିସ୍ଥିତିରେ ଡାକ୍ତର କିମ୍ବା ନର୍ସଙ୍କୁ ସହାୟତା ଯୋଗାଇବାକୁ କେହି ନାହାନ୍ତି। ଶିଶୁଭବନ ପାଇଁ ଆହୁରି ୪୦ ଜଣ ଆଟେଣ୍ତାଣ୍ଟ୍‌ଙ୍କ ଆବଶ୍ୟକତା ରହିଛି। ଏତେ ନିଅଣ୍ଟିଆ କର୍ମଚାରୀଙ୍କୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ, ଯେତିକି ଆଟେଣ୍ତାଣ୍ଟ ଅଛନ୍ତି, ସେମାନଙ୍କୁ ବ୍ୟବସ୍ଥିତ ଢଙ୍ଗରେ ଵାର୍ଡରେ ନିୟୋଜିତ କରାଯିବା ବଦଳରେ ଶିଶୁଭବନର ବଗିଚା କାମ, ଷ୍ଟୋର୍‌, ଲାଇବ୍ରେରିରେ ନିୟୋଜିତ କରାଯିବା ଭଳି ଚିତ୍ର ଏବେ ସାମନାକୁ ଆସିଛି।

ସରକାରଙ୍କ ନିୟମ କହୁଛି ଶିଶୁଭବନରେ ପ୍ରତି ୧୦ଟି ବେଡ୍‌ ପିଛା ଜଣେ ଆଟେଣ୍ତାଣ୍ଟ୍‌ ଦାୟିତ୍ବରେ ରହିବେ। ଏହି ନିୟମ କେବଳ ଜେନେରାଲ୍‌ ଓ୍ୱାର୍ଡ ପାଇଁ ଲାଗୁ ହେବ। କିନ୍ତୁ ଆଇସିୟୁ, ଅପରେସନ୍‌ ଥିଏଟର‌୍‌(ଓଟି), ଓପିଡି ଏହି ଧାର୍ଯ୍ୟ ନିୟମ ପରିସରଭୁକ୍ତ ହେବ ନାହିଁ। ଶିଶୁଭବନରେ ଏବେ ମୋଟ ୪୧୬ ବେଡ୍‌ ଥିବାବେଳେ ଏଥିରୁ ୨୧ଟି ଆଇସିୟୁ ବେଡ୍‌ ରହିଛି। ଅବଶିଷ୍ଟ ୩୯୫ଟି ଜେନେରାଲ୍‌ ବେଡ୍‌। ଏହି ଜେନେରାଲ୍‌ ବେଡ୍‌ର ଏବେ ସ୍ଥିତି ସ˚ଗିନ ହେଲାଣି। ୧ ନମ୍ବର ଓ୍ୱାର୍ଡ(ନ୍ୟୁ ବର୍ଣ୍ଣ ପାଇଁ ୪୫ ବେଡ୍‌ ଓ ଜେନେଲାର‌୍‌ ପାଇଁ ୪୫ ବେଡ୍‌)ରେ ୨ ଜଣ ଲେଖାଏ ଆଟେଣ୍ତାଣ୍ଟ୍‌ ଗୋଟିଏ ସିଫ୍ଟ୍‌ରେ କାମ କରୁଛନ୍ତି। ସେହିଭଳି ୨ ନମ୍ବର ଓ୍ୱାର୍ଡ(ଓଲଡ ମେଡିସିନ୍‌)ରେ ୪୫ ବେଡକୁ ୨ ଜଣ, ୩ ନମ୍ବର ଓ୍ୱାର୍ଡରେ ୨୦ ବେଡକୁ ଜଣେ, ପେ ବେଡ୍‌ରେ ୪୦ ରୋଗୀଙ୍କୁ ଜଣେ, ପୁରୁଣା ସର୍ଜରୀ ଵାର୍ଡରେ ୨୦ ବେଡକୁ ଜଣେ ଆଟେଣ୍ତାଣ୍ଟ୍‌, ନୂଆ ସର୍ଜରି ଓ୍ୱାର୍ଡରେ ୨୦ ବେଡକୁ ଜଣେ ଆଟେଣ୍ତାଣ୍ଟ୍‌ ଓ କାଜୁଆଲିଟିରେ ପ୍ରାୟ ୬୦ଟି ବେଡ୍‌କୁ ଦୁଇ ଆଟେଣ୍ତାଣ୍ଟ୍‌ ନିୟୋଜିତ ହୋଇଛନ୍ତି। କାଜୁଆଲିଟିରେ ଯଦିଓ ୬୦ ବେଡ୍‌ ରହିଛି ଅଧିକ ରୋଗୀ ଆସିଲେ ତଳେ ଶୁଆଇ ଚିକିତ୍ସା କରାଯାଉଛି। ଧାର୍ଯ୍ୟ ବେଡ ସ˚ଖ୍ୟାଠାରୁ ଅଧିକ ରୋଗୀ ଆସୁଥିବାରୁ ଦୁଇ ଜଣ ଆଟେଣ୍ତାଣ୍ଟଙ୍କ ଉପରେ ସମସ୍ତ ଦାୟିତ୍ବ ପଡ଼ୁଛି। ଆଟେଣ୍ତାଣ୍ଟମାନେ ମୁଖ୍ୟତଃ ଓ୍ୱାର୍ଡରେ ଡାକ୍ତର ଓ ନର୍ସଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିଥାନ୍ତି। ଓ୍ୱାର୍ଡକୁ ଅକ୍ସିଜେନ୍‌ ଆଣିବାଠାରୁ ଆରମ୍ଭ କରି ଔଷଧ ଓ ଇଞ୍ଜେକ୍ସନ ଯୋଗାଣ ଏବ˚ ରୋଗୀ ସ୍ଥାନାନ୍ତର କ୍ଷେତ୍ରରେ ନିୟୋଜିତ ହୋଇଥାନ୍ତି।

ଶିଶୁଭବନର ଜେନେରାଲ୍‌ ବେଡ୍‌ ସ˚ଖ୍ୟା ଅନୁଯାୟୀ, ୩ ସିଫ୍ଟରେ ମୋଟ ୧୨୦ ଆଟେଣ୍ତାଣ୍ଟଙ୍କ ଆବଶ୍ୟକତା ରହିଛି। ଏମାନେ ସକାଳ ୬ଟାରୁ ଦିନ ୨ଟା, ଦିନ ୨ଟାରୁ ରାତି ୧୦ ଟା ଏବ˚ ରାତି ୧୦ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ। ଶିଶୁଭବନରେ ଏବେ ସରକାରୀ ଓ ଆଉଟସୋର୍ସି˚ଙ୍କୁ ମିଶାଇ ପ୍ରାୟ ୮୦ ଜଣ ଆଟେଣ୍ତାଣ୍ଟ୍‌ ଅଛନ୍ତି। ଜେନେରାଲ୍‌ ଓ୍ୱାର୍ଡ୍‌ରେ ପ୍ରାୟ ୩୦ ଜଣ ତିନୋଟି ସିଫ୍ଟରେ ନିୟୋଜିତ ହେଉଥିବା ବେଳେ ଅବଶିଷ୍ଟ ଆଟେଣ୍ତାଣ୍ଟ ଆଇସିୟୁ ସମେତ ଏକ୍ସରେ, ଅଲଟ୍ରାସାଉଣ୍ତ କେନ୍ଦ୍ର, ଷ୍ଟୋର‌୍‌, ବଗିଚା କାମ, ଲାବ୍ରୋଟାରିରେ ନିୟୋଜିତ କରାଯାଉଛି। ଏମିତି ବି କର୍ମଚାରୀ ଅଛନ୍ତି, ଯେଉଁମାନେ ଏହା ଭିତରେ ଅବସର ବି ନେଇଗଲେଣି। ଆଉ କେତକ କର୍ମଚାରୀଙ୍କ ଖାତାରେ ନାଁ ଗଡ଼ୁଥିବା ବେଳେ ସେମାନେ ଶିଶୁଭବନକୁ ଆସୁ ନଥିବା କୁହାଯାଉଛି। ଏଭଳି ବିଚିତ୍ର ସ୍ଥିତି ସ˚କ୍ରାନ୍ତରେ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ର ନାରାୟଣ ବେହେରା କହିଛନ୍ତି ଯେ ଆଟେଣ୍ତାଣ୍ଟଙ୍କ ସ˚ଖ୍ୟା କମ୍‌ ଥିଲେ ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ।

The post ଶିଶୁଭବନର ବିଚିତ୍ର ସ୍ଥିତି : ଓ୍ୱାର୍ଡ ବଦଳରେ ବଗିଚାରେ କାମ କରୁଛନ୍ତି ଆଟେଣ୍ତାଣ୍ଟ୍‌! first appeared on Sambad.



from ଜିଲ୍ଲା – Sambad https://ift.tt/3al8xZH