କଟକ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚ୍ଚ ନ୍ୟାୟାଳୟରୁ ମିଳିଛି ସାମୟିକ ଆଶ୍ବସ୍ତି। ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗରେ ଜେଲ୍ରେ ଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ୍ ପ୍ରଦାନ କରାଯାଇଛି। ୨୪ ଲକ୍ଷ ଟଙ୍କାର କ୍ୟାସ ସିକ୍ୟୁରିଟି ଓ ୫ ଲକ୍ଷ ଟଙ୍କା ଲେଖାଏଁ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଦିଆଯାଇଛି ଜାମିନ। ତେବେ ଜାମିନ୍ ମିଳିବା ପରେ ମଧ୍ୟ ସେ ଜେଲ୍ରେ ରହିବେ ବୋଲି ସୂଚନା ରହିଛି। ତାଙ୍କ ବିରୋଧରେ ଥିବା ଅନ୍ୟ ମାମଲାରେ ଜାମିନ ମିଳି ନଥିବାରୁ ସେ ଏବେ ଝାରପଡ଼ା ଜେଲ୍ରେ ରହିବେ।
ଉଲ୍ଲେଖଯୋଗ୍ୟ, ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ରହିଛି। ଏହି ଟଙ୍କା ସେ ନିମ୍ନ ଅଦାଲତରେ ଜମା କରିବାକୁ ଆଗ୍ରହୀ ବା ନୁହନ୍ତି, ସେ ନେଇ ହାଇକୋର୍ଟରେ ଜବାବ ରଖିବେ। ଏ ନେଇ ସତ୍ୟପାଠ ମାଧ୍ୟମରେ ଶ୍ରୀ ପାଣିଗ୍ରାହୀ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ।
ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ସୋମବାର ଖଣ୍ଡପୀଠରେ ସରକାରଙ୍କ ପକ୍ଷରୁ କେତେକ ନଥିପତ୍ର ଓ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଚାକରି ଆଶାୟୀଙ୍କ ନିକଟରୁ ଆବେଦନକାରୀ ଟଙ୍କା ସଂଗ୍ରହ କରିଥିବା କଥା ତଦନ୍ତରୁ ସ୍ପଷ୍ଟ ହୋଇଛି। ଏବେ ତଦନ୍ତ ଚାଲିଥିବାରୁ ଏହି ଅର୍ଥର ପରିମାଣ ବଢିପାରେ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଖଣ୍ଡପୀଠ ଏହି ଅର୍ଥ ନିମ୍ନ ଅଦାଲତରେ ଆବେଦନକାରୀ ଜମା କରିବାକୁ ଆଗ୍ରହୀ ବା ନୁହେଁ ଜାଣିବାକୁ ଚାହିଁଥିଲେ। ଏଥିପାଇଁ ଆବେଦନକାରୀଙ୍କ ପକ୍ଷରୁ ସମୟ ଲୋଡ଼ା ଯାଇଥିଲା।
The post ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କଲେ ହାଇକୋର୍ଟ first appeared on Sambad.
from ଜିଲ୍ଲା – Sambad https://ift.tt/37ZScID
0 Comments