
ମନିଷ ପ୍ରଥମ, ଶୁଭମ୍ ଦ୍ବିତୀୟ, ସ୍ବସ୍ତିକ ତୃତୀୟ
‘ପ୍ରଶ୍ନ ପଚାରିବାର ଆଗ୍ରହ ଓ ଆକା˚କ୍ଷା ହିଁ ପିଲାକୁ ଆଗକୁ ନିଏ
କଟକ/ବାରଙ୍ଗ : କଟକ ନରଣପୁରସ୍ଥିତ ‘ସମ୍ବାଦ’ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନସ୍ର କେଏମବିବି ସାଇନ୍ସ ହାୟର୍ ସେକେଣ୍ତାରି ସ୍କୁଲ ପକ୍ଷରୁ ଆୟୋଜିତ ବ୍ରଜବନ୍ଧୁ ମେଧାବୃତ୍ତି-୨୦୨୧ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ୩ ଜଣ ପ୍ରତିଯୋଗୀ ଟପର୍ ହୋଇଛନ୍ତି। ସେହିଭଳି ଜିଲ୍ଲାସ୍ତରରେ ୨୭ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଛନ୍ତି। ରାଜ୍ୟର ମୋଟ ୪ଟି କେନ୍ଦ୍ରରେ ଆୟୋଜିତ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାରେ ୪୨୦ ଜଣ ପ୍ରତିଯୋଗିତାରେ ସାମିଲ ହୋଇଥିଲେ।
ସୂଚନା ଅନୁଯାୟୀ, ଅନଲାଇନ୍ରେ ୨୦୨୦ ଡିସେମ୍ବର ୨୦ରେ ୬ ହଜାର ୮୦୦ ଛାତ୍ରଛାତ୍ରୀ ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା ଦେଇଥିଲେ। ଦ୍ବିତୀୟ ରାଉଣ୍ତ ପାଇଁ ୫୫୬ ଜଣ କୃତକାର୍ଯ୍ୟ ହୋଇଥିଲେ। ଆଜି ଦ୍ବିତୀୟ ରାଉଣ୍ତ ପରୀକ୍ଷା ବ୍ରହ୍ମପୁର କୋଟପାଡ଼ ସରକାରୀ ମ୍ୟୁନିପାଲିଟି ହାଇସ୍କୁଲ, ସମ୍ବଲପୁର ବୁଢ଼ାରାଜାର ବିରାଟ ଇନ୍ଷ୍ଟିଚ୍ୟୁଟ, ବାଲେଶ୍ବର ‘ସମ୍ବାଦ ଭବନ ଓ କଟକର ନରଣପୁରସ୍ଥିତ କେଏମ୍ବିବି ସାଇନ୍ସ ହାୟର ସେକେଣ୍ତାରି ସ୍କୁଲର କ୍ୟାମ୍ପସ୍-୨ରେ ହୋଇଥିଲା। ଏଥିରେ ମୋଟ ୪୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପୁରସ୍କୃତ ହୋଇଛନ୍ତି। ‘ବ୍ରଜବନ୍ଧୁ ମେଧାବୃତ୍ତି-୨୦୨୧ ପାଇଁ ରାଜ୍ୟସ୍ତରୀୟ ଟପ୍ପର ହୋଇଥିବା ତିନିଜଣଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଯାଜପୁର ଜିଲ୍ଲା ସ୍କୁଲର ମନିଷ କୁମାର ସେନାପତି। ଦ୍ବିତୀୟ ସ୍ଥାନରେ ଝାରସୁଗୁଡ଼ା ଜିଏଚ୍ଭିଏମର ଶୁଭମ କୁମାର ରଥ ଥିବା େବଳେ ତୃତୀୟ ସ୍ଥାନ ହାସଲ କରିଛନ୍ତି ଖୋର୍ଧା ସେଣ୍ଟ ଜାଭିଅର୍ ହାଇସ୍କୁଲର ସ୍ବସ୍ତିକ ପଣ୍ତା।

ସେହିଭଳି ଜିଲ୍ଲାସ୍ତରୀୟ ପରୀକ୍ଷାରେ ଯାଜପୁର ଜିଲ୍ଲା ସ୍କୁଲର ମନୀଷ କୁମାର ସେନାପତି, ଝାରସୁଗୁଡ଼ା ଜିଏଚ୍ଭିଏମ୍ର ସୁଭମ କୁମାର ରଥ, ଖୋର୍ଧା ସେଣ୍ଟ ଜାଭିଅର୍ ହାଇସ୍କୁଲର ସ୍ବସ୍ତିକ ପଣ୍ତା, କେନ୍ଦୁଝର ଜିଲ୍ଲା ଶାଳପଡ଼ାର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅମ୍ରିତ ରାଜ ବିଶ୍ବାଳ, ଡିପିଏସ୍ ସୁନ୍ଦରଗଡ଼ର ଅବିନାଶ ସମର୍ଥ, ଭଦ୍ରକ ସ୍କୁଲର ଦୀପ୍ତେଶ କୁମାର ବେହେରା, ଗଞ୍ଜାମ ଜିଲ୍ଲା ସେରଗଡ଼ ଓଏଭିର ରୁଦ୍ରନାରାୟଣ ପ୍ରଧାନ, ସମ୍ବଲପୁର କେଭି-୨ର ଅ˚ଶୁମାନ ସାହୁ, ପୁରୀ ଡିଏଭି ପବ୍ଲିକ ସ୍କୁଲର ସାନୁର୍ଯ୍ୟ ମହାପାତ୍ର, କଟକ ସିଡିଏ ଡିଏଭି ପବ୍ଲିକ ସ୍କୁଲର ଦ୍ରୀଶିକ୍ ଦାସ, ବାଲେଶ୍ବରର ଆଶୀର୍ବାଦ ପରିଡ଼ା, ଜଗତସି˚ହପୁର ବାଲୁଙ୍କେଶ୍ବର ନୋଡାଲ୍ ବିଦ୍ୟାପୀଠର ସୁଶ୍ରୀ ନନ୍ଦିନୀ ରଥ, କେନ୍ଦ୍ରାପଡ଼ା ଏସ୍ଏସ୍ଭିଏମର ସ୍ମୃତିରଞ୍ଜନ ସେଠି, ଢେଙ୍କାନାଳ ବି.ବି. ହାଇସ୍କୁଲର ପ୍ରିୟମ୍ ପ୍ରିୟା˚ଶୁ ମହାନ୍ତି, କଳାହାଣ୍ତି ଦଶିଗାଁ ଡିପିଏଚଏସର ପ୍ରିୟା˚ଶୁ ସାହୁ, କନ୍ଧମାଳ ରତାପୋଲି ବି.ପିର ସ୍ମୃତିରଞ୍ଜନ ସାହୁ, ବଲାଙ୍ଗୀର ଲାଇନ୍ସ୍ ଭୋକେସନାଲ ପି.ଏସର ଲୋଟସ୍ ପଟେଲ୍, କେଭି କୋରାପୁଟର ଦିବ୍ୟଜ୍ୟୋତି ରାଉତ, ମୟୂରଭଞ୍ଜର ନତାଶା ମହାପାତ୍ର, ସୋନପୁର ଜେଏନ୍ଭି ତରଭାର ଝାନ୍ସିରାଣୀ ବାଗ୍, ଏସଏସଭିଏମ୍ ନବରଙ୍ଗପୁରର ସମୃଦ୍ଧି ପାଣିଗ୍ରାହୀ, ଅନୁଗୁଳ ପୋଡ଼ାପଡ଼ ସରକାରୀ ହାଇସ୍କୁଲର ଶୁଭକାନ୍ତ ଗଡ଼ନାୟକ, ଦେଓଗଡ଼ ଜେଏନ୍ଭିର ହରିଶଙ୍କର ସେଠୀ, ଗଜପତି ଚନ୍ଦ୍ରଗିରି ବାଗି ହାଇସ୍କୁଲର ସୁମନ ସାହୁଙ୍କୁ ପୁରସ୍କୃତ କରାଯାଇଛି।
କେଏମ୍ବିବି ଆଚିଭର୍ସ ତାଲିକାରେ ୨୦୧୮ରେ ସର୍ବାଧିକ ସ୍କୋର ରଖିଥିବା ବର୍ଷା ପ୍ରିୟଦର୍ଶିନୀ ଜେନା, ୨୦୧୯ରେ ପୂର୍ଣ୍ଣିମା ଶତପଥୀ, ୨୦୨୦ରେ ଅପୂର୍ବ ଵାଇ. ମିଶ୍ର, ୨୦୨୦ରେ ପ୍ରଦୀପ କୁମାର ପରିଡ଼ା ଏବ˚ ୨୦୨୦ରେ ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ ଭାବେ ଦୀପାଳି ଦୀପ୍ତିମୟୀ ବେହେରାଙ୍କୁ ସମ୍ମାନ୍ନିତ କରାଯାଇଛି। ଅପୂର୍ବ ଓ ପ୍ରଦୀପଙ୍କୁ କାର୍ଯ୍ୟକ୍ରମ ଅବସରରେ ୧୦ ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା।
କେଏମ୍ବିବି ସାଇନ୍ସ ହାୟର୍ ସେକେଣ୍ତାରି ସ୍କୁଲ କ୍ୟାମ୍ପସ-୨ରେ ଆୟୋଜିତ ବ୍ରଜବନ୍ଧୁ ମେଧାବୃତ୍ତି-୨୦୨୧ କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ କହିଥିଲେ ଯେ ସ୍କୁଲରେ ଯଦି ପିଲା କିଛି ପ୍ରଶ୍ନ ନକରେ, ତେବେ ଯେତେ ଭଲ ପିଲା ଅଛନ୍ତି କହିଲେ କିଛି ମାନେ ନାହିଁ। ପ୍ରଶ୍ନ ପଚାରିବାର ଆଗ୍ରହ ଓ ଆକା˚କ୍ଷା ହିଁ ପିଲାକୁ ଆଗକୁ ନେବ। ଯିଏ ପ୍ରଶ୍ନ ପଚାରିବା ଆରମ୍ଭ କଲା ତା ମନର ପ୍ରଶ୍ନର ଉତ୍ତର ପାଇବ। ଉତ୍ତର ପାଇଲେ ହିଁ ତାହା ମାର୍ଗଦର୍ଶନ ଦେବ ଆଗକୁ ବଢ଼ିବା ପାଇଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଭଲ ଛାତ୍ରଟିଏ ନହେଲେ ଭଲ ସ୍କୁଲ ହେବ ନାହିଁ। ଭଲ ଶିକ୍ଷକ ନହେଲେ ଭଲ ବିଦ୍ୟାଳୟ ହୋଇପାରିବ ନାହିଁ। ଯେତେବେଳେ ଗୋଟିଏ ଭଲ ଛାତ୍ର ଗୋଟିଏ ଶିକ୍ଷକ ସ˚ସ୍ପର୍ଶରେ ଆସିବ ଏବ˚ ଅଭିଭାବକମାନେ ତାଙ୍କର ଅର୍ଥରାଶି ଦେଇ ଆଶୀର୍ବାଦ କରିବେ। ଏହିଭଳି ଗୋଟିଏ ତ୍ରିବେଣୀ ସ˚ଗମ ହେଲେ ଯାଇ ଗୋଟିଏ ଭଲ ଶିକ୍ଷାନୁଷ୍ଠାନ ତିଆରି ହୋଇପାରିବ। ପିଲାଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଯେ ଯାହା ଇଚ୍ଛା ତାହା କର। ଯଦି ପ୍ରବଳ ଇଚ୍ଛାଶକ୍ତି ତୁମର ଥିବ ଯାହା ଚାହିଁବ ତାହା ହୋଇପାରିବ। ଅସମ୍ଭବ ବୋଲି କିଛି ଗୋଟିଏ ଶବ୍ଦ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ପଦ୍ମଶ୍ରୀ ଡକ୍ଟର ରଜତ କୁମାର କର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ପାଠ୍ୟ ପୁସ୍ତକର ଦାସ ହେବା ନାହିଁ। ପାଠ୍ୟ ପୁସ୍ତକରେ ସୀମିତ ଶିକ୍ଷା ଅଛି। ପାଠ୍ୟପୁସ୍ତକରୁ ଅଧିକ ଶିକ୍ଷା ବାହ୍ୟ ଜଗତରେ ରହିଛି। ବିଦ୍ୟାଳୟ ପାଠ ପଢ଼ିବା ସହିତ ଭଲ ମଣିଷ ହେବାକୁ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ ଓ ଆମ ଓଡ଼ିଶାର ଟ୍ରଷ୍ଟି ତଲିନା ପଟ୍ଟନାୟକ କହିଥିଲେ ଯେ ଆଜିର ସମୟ ଅନିଶ୍ଚିତତାର ସମୟ। କୋଭିଡ୍ ଭଳି ମହାମାରୀ ଅନେକ କିଛି କ୍ଷତି କରିବା ସହ କ୍ୟାରିଅରର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଥିବା ଏହି ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ମନୋବଳକୁ ଦୋହଲାଇ ଦେଇଛି। ସେମାନେ ଘୋର ଅନିଶ୍ଚିତତା ଭିତରେ ଗତି କରୁଛନ୍ତି। ଏପରି ସମୟରେ ଆମର ମୂଳ ଲକ୍ଷ୍ୟ ରହିବ ସେମାନଙ୍କ ଭିତରେ ଥିବା ପୋଟେନ୍ସିଆଲ୍ ଖୋଜି ବାହାର କରିବା ବୋଲି ସେ କହିଥିଲେ।
କେଏମ୍ବିବି କ୍ୟାମ୍ପସ୍-୨ର ପ୍ରିନସିପାଲ୍ ଡକ୍ଟର ବିଜୁନି ଚରଣ ସୂତାର ସ୍ବାଗତ ଭାଷଣ ପ୍ରଦାନ କରିବା ସହ ନିଜର ପ୍ରତିଶ୍ରୁତି ଓ ଦୃଢ଼ ନିଷ୍ଠା ଥିଲେ ପିଲା ସଫଳତା ପାଇପାରିବେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ଗ୍ରୁପ ଅଫ୍ ଇନ୍ଷ୍ଟିଚ୍ୟୁସନ୍ର ଡାଇରେକ୍ଟର (ଆଡମିନିଷ୍ଟ୍ରେସନ୍) ପ୍ରଫେସର ସରୋଜ କୁମାର ପଣ୍ତା, ଭାଇସ୍ ଚେୟାରମ୍ୟାନ୍ ଅବିନାଶ ଶର୍ମା ଯୋଗ ଦେଇଥିବାବେଳେ କୋର୍ସ ସଂଯୋଜକ ମିନତୀ ପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।
The post ବ୍ରଜବନ୍ଧୁ ମେଧାବୃତ୍ତି-୨୦୨୧ ପାଇଲେ ୩୦ ଛାତ୍ରଛାତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/3cPDqXP
0 Comments