
ଖଡ଼ିଆଳ: ନୂଆପଡ଼ା ଜ଼ିଲ୍ଲା ଖଡ଼ିଆଳ ଥାନାର ଖୁଦପେଜ ନିବାସୀ କେଶବ ମାଝୀ (୨୫) ନିଜ ବନ୍ଧୁ ଭଗବାନ ମାଝୀଙ୍କ ସହ ଖଡ଼ିଆଳ ବ୍ଲକ ଭିମାପଦର ଠାରୁ ଲାଞ୍ଜି ଅଭିମୁଖେ ବାଇକରେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଥିଲେ।
ଖବର ମିଳିଲା ପରେ ଖଡ଼ିଆଳ ପୁଲିସ ଘଟଣା ସ୍ଥଳକୁ ଯାଇ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୁତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ତଦନ୍ତକାରୀ ଅଧିକାରୀ ଏସଆଇ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି।
The post ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲେ ବାଇକ ଆରୋହୀ: ଡାକ୍ତରଖାନାରେ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର first appeared on Sambad.
from ଜିଲ୍ଲା – Sambad https://ift.tt/2NfAkSm
0 Comments