ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ବୈଠକ ସ୍ବଂୟଶକ୍ତି ରେଡିଓ ଷ୍ଟେସନର ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ବିଶ୍ବଜିତ ପାଢ଼ୀଙ୍କ ସଭାପତିତ୍ବରେ ସଭା ଆୟୋଜନ ହେଇଥିଲା। ଏଥିରେ ପୂର୍ବତନ ସଭାପତି ଗଜେନ୍ଦ୍ର ନିଆଲଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭାଶେଷରେ ସଂଘର ବିଭିନ୍ନ ପଦ ପଦବି ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସଭାପତି ଭାବରେ ଲୋକନାଥ ମହାପାତ୍ରଙ୍କୁ ଚୟନ କରାଯାଇଥିବାବେଳେ ସାଧାରଣ ସଂପାଦକ ଭାବେ ସୁଜିତ ପ୍ରଧାନ ଓ କାର୍ଯ୍ୟକାରୀ ସଭାପତି ଭାବେ ଅଜିତ ଯୋଷୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ।

ସେହିଭଳି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ମୋତିଲାଲ ବାଗ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବିଜୟ ସହିସଙ୍କୁ ମନୋନୀତ କରାଯାଇଛି। ଖଡିଆଳ ବ୍ଲକ ସହ ସଂପାଦକ ଭାବରେ ରୁଦ୍ରରାଜ ବାଗ, ସିନାପାଲି ବ୍ଲକ ପାଇଁ ସତୀଶ ଯୋଷୀ, ବେଡେନ ବ୍ଲକ ପାଇଁ ଟିକେଶ୍ବର ନାଗ ଓ ନୂଆପଡ଼ା ବ୍ଲକ ପାଇଁ ଦୀପକ ମିଶ୍ର ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ପରିଶେଷରେ ସଂଘର ବରିଷ୍ଠ ସଦସ୍ୟ ବିଜୟ କୁମାର ସହିସ ଧନ୍ୟବାଦ ଅର୍ପଣ କରିଥିଲେ।

 

The post ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଭାବେ ଲୋକନାଥ ମହାପାତ୍ର ଓ ସାଧାରଣ ସଂପାଦକ ଭାବେ ସୁଜିତ ପ୍ରଧାନ ନିର୍ବାଚିତ first appeared on Sambad.



from ଜିଲ୍ଲା – Sambad https://ift.tt/3rPVzJB