କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍ ଅଞ୍ଚଳରେ ଥିବା ସିଡାପୁଟ ପୋଲ ଭୁଶୁଡ଼ିଥିବାର ଖବର ମିଳିଛି।। ଆଜି ସକାଳେ ଏକ ଟ୍ରାକ୍ଟର୍ ପୋଲ ପାର କରୁଥିବା ବେଳେ ଭୁଶୁଡ଼ି ପଡ଼ିଥିଲା। ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ ୮ଗୋଟି ଗ୍ରାମର ଜୀବନରେଖା ବୋଲାଉ ଥିବା ସିଡାପୁଟ ପୋଲର ମରାମତି କରାଯାଉନାହିଁ।
ଦୀର୍ଘଦିନ ହେଲା ୮ଟି ଗ୍ରାମବାସୀ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନକୁ ଏହାର ନିର୍ମାଣ ନିମନ୍ତେ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ।

The post ୮ଟି ଗ୍ରାମର ଜୀବନରେଖା ବୋଲାଉଥିବା ସିଡାପୁଟ ପୋଲ ଭୁଶୁଡ଼ିଲା first appeared on Sambad.



from ଜିଲ୍ଲା – Sambad https://ift.tt/3kMbXs9