ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ବିଭିନ୍ନ ଅଞ୍ଚଳର ଦାୟିତ୍ବ ପ୍ରଦାନ କରିଛନ୍ତି। ପିପିଲି ବ୍ଲକ ପାଇଁ ସମୀର ରଞ୍ଜନ ଦାଶ, ଅତନୁ ସବ୍ୟସାଚୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ, ଡେଲାଙ୍ଗ ବ୍ଲକ ପାଇଁ ନବକିଶୋର ଦାଶ, ସୁଶାନ୍ତ ସିଂହ ଓ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।
ସେହିପରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳ ପାଇଁ ସୁଧୀର ସାମଲଙ୍କୁ ବିଜେଡି ସଭାପତି ଦାୟିତ୍ବ ଦେଇଛନ୍ତି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ପ୍ରଦାନ କରିଛନ୍ତି।
The post ପିପିଲି ଉପନିର୍ବାଚନ ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ବ ଦେଲେ ବିଜେଡି ସଭାପତି first appeared on Sambad.from ଜିଲ୍ଲା | Sambad https://ift.tt/3fvVEiH
0 Comments