
ନୂଆପଡ଼ା: ଓଡ଼ିଶା ରାଜ୍ୟ ଗଠନ ହେବା ୮୬ ବର୍ଷରେ ପାଦଥାପି ଥିବା ବେଳେ ଆଜି ନୂଆପଡ଼ା ଜିଲ୍ଲା ତାର ପରିଚୟ ସୃଷ୍ଟି କରିପାରି ନାହିଁ। ଏହାଫଳରେ ନୂଆପଡ଼ା ଜିଲ୍ଲାବାସୀ ନିଜର ପରିଚୟ ପାଇଁ ସଂର୍ଘଷ କରୁଥିବା ଦେଖିବାକୁ ମିଳିଛି। ନୂଆପଡ଼ା ଜିଲ୍ଲା ୧୯୩୬ ମସିହା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ନାଗପୁର ସେଣ୍ଟ୍ରାଲ ପ୍ରୋଭିନସ ଅଧୀନ ରାୟପୁର ଜିଲ୍ଲା ଓ ମହାସମୁନ୍ଦ ତହସିଲ ଅନ୍ତର୍ଭୁକ୍ତ ଥିଲା।
ଓଡ଼ିଶା ମିଶ୍ରଣ ପରେ ପ୍ରଥମେ ସମ୍ବଲପୁର ଜିଲ୍ଲା ତାପରେ କଳାହାଣ୍ଡି ଜିଲ୍ଲା ଓ ଭାଗ୍ୟଚକ୍ରରେ ପଡ଼ି ୧୯୯୩ ମସିହାରେ ଏପ୍ରିଲ ୧ ତାରିଖ ଏକ ସ୍ବତନ୍ତ୍ର ଜିଲ୍ଲା ରୂପେ ଘୋଷିତ ହେଲେ। ଏହି ଜିଲ୍ଲା ୨୦.୧ ଡିଗ୍ରି ଉତ୍ତର ଅକ୍ଷାଂଶକୁ ୨୦.୫ ଡିଗ୍ରି ଉତ୍ତର ଅକ୍ଷାଂଶ ୧୨.୨ ଡିଗ୍ରି ପୂର୍ବ ଦ୍ରାଘିମା ଠାରୁ ୨୦.୯ ଡିଗ୍ରି ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ। ଜିଲ୍ଲାରେ ସମୁଦାୟ ଲୋକ ସଂଖ୍ୟାର ୮୦ ଶତକଡ଼ା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ବିଗତ ୧୯୬୫ ମସିହାରୁ କ୍ରମାଗତ ଏହି ଅଞ୍ଚଳରେ ଅନାବୃଷ୍ଟି ଓ ମରୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି।
ଶୁଷ୍କ ଓ ଉଷ୍ମ ଜଳବାୟୁ ସଂପୂର୍ଣ୍ଣ ନୂଆପଡ଼ା ଜିଲ୍ଲାକୁ ଭବିଷ୍ୟତରେ ଏକ ବୃଷ୍ଟିଛାୟା ଅଞ୍ଚଳରେ ପରିଣତ କରିବାକୁ ପ୍ରକୃତି ବାରମ୍ବାର ବିପଦ ସଙ୍କେତ ଦେଇଆସୁଛି। ତଥାପି ଚିରମରୁଡ଼ି ପ୍ରପୀଡ଼ିତ ଏ ଅଞ୍ଚଳରେ କୃଷି ଉନ୍ନତି ଓ ସ୍ଥାୟୀ ଜଳସେଚନ ସୁବିଧା ପାଇଁ ସନ୍ତୋଷଜନକ ପଦକ୍ଷେପ ନିଆଯାଇ ପାରିନାହିଁ। ଅନେକ ସମ୍ଭାବନା ଥିବା ନୂଆପଡ଼ାର ଉନ୍ନତି ପାଇଁ ଅନେକ ବିକଳ୍ପ ବାଟ ଥିବା ବେଳେ ସରକାର, ପ୍ରଶାସନ ଏବଂ ରାଜନୈତକ ଦୁରଦୃଷ୍ଟିର ଅଭାବ ଯୋଗୁ ଏହି ଅଞ୍ଚଳ ଭାରତ ମାନିଚିତ୍ରରେ ଏକ ପଛୁଆ ଅଞ୍ଚଳ ଭାବରେ ପରିଗଣିତ ହେଉଛି।
The post ରାଜ୍ୟ ଗଠନକୁ ୮୫ ବର୍ଷ ବିତିଯାଇଥିଲେ ବି ପଛୁଆ ଅଞ୍ଚଳ ଭାବରେ ପରିଗଣିତ ହେଉଛି ନୂଆପଡ଼ା first appeared on Sambad.from ଜିଲ୍ଲା | Sambad https://ift.tt/3cFHolC
0 Comments