ବାହାନଗା: ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅନ୍ତର୍ଗତ ଅରଳା ଗ୍ରାମର ନରେନ୍ଦ୍ର ଜେନାଙ୍କ ପୁଅ ପ୍ରଶାନ୍ତଙ୍କୁ କାଲି ସନ୍ଧ୍ୟାରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସୂଚନା ମୁତାବକ, ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗୋପାଳପୁର ବଜାରରୁ ପ୍ରଶାନ୍ତଙ୍କୁ ବାଇକରେ ଜୋର ଜବରଦସ୍ତ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ।

ଘର ଲୋକଙ୍କ ନିକଟରୁ ଅଭିଯୋଗ ପାଇ ଗୋପାଳପୁର ଫାଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।  କଲ୍ୟାଣୀ ହାଟୁଆଣି ଛକ ପୋଲ ନିକଟରୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାରକାରୀ ଗୋପାଳପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଯୁବକମାନେ ପ୍ରଶାନ୍ତର ମୁଣ୍ଡ, ଗୋଡ଼, ହାତକୁ ଧାରୁଆ ଅସ୍ତ୍ରରେ ହାଣିବା ସହିତ କ୍ଷତ ସ୍ଥାନକୁ ପୁନର୍ବାର ସିଲେଇ କରିଥିବାର ଦେଖାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏବେ ପ୍ରଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଏହି ଘଟଣାପଛର କଣ ରହସ୍ୟ ରହିଛି, ପୁଲିସ ଛାନଭିନ୍‌ ଆରମ୍ଭ କରିଥିବା ଜଣାପଡ଼ିଛି।

The post ବାହାନଗାରେ ଦୁର୍ବୃତ୍ତଙ୍କ ବର୍ବର କାଣ୍ଡ: ହାଟମଝିରୁ ଯୁବକଙ୍କୁ ଉଠାଇ ନେଇ ହାଣିଲେ first appeared on Sambad.

from ଜିଲ୍ଲା | Sambad https://ift.tt/399K88F