ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ବହ୍ଲର ଛକ ସାହୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ଟ୍ରକ୍ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ସାଇକେଲ ଆରୋହୀଙ୍କ ନାମ ନେଫା ଗୋଛାୟତ ବୋଲି ଜଣାଯାଇଛି। ତାଙ୍କ ଘର ପରଜଙ୍ଗ ଥାନା ମାଣକିମରି ଗ୍ରାମରେ ବୋଲି ସୂଚନା ମିଳିଛି।

The post ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3qKqsyd