ବାରିପଦା: ଜଙ୍ଗଲର ନିଆଁ ସ୍ଥିତି ପରଖିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳର ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏନେଇ ସେ ଗତକାଲି ଟୁଇଟ୍ କରି ସୂଚନା ଦେଇଥିଲେ। ସେ ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଆଜି ବିଭିନ୍ନ ଅଞ୍ଚଳ ବୁଲିବେ ବୋଲି ଜଣାପଡ଼ିଛି। ତାଙ୍କ ସହ ରାଜ୍ୟସଭା ସାଂସଦ ମମତା ମହନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୁଖ ଅଛନ୍ତି।

ଗତକାଲି ବର୍ଷା ପରେ ଶିମିଳିପାଳ ଅଭୟାରଣ୍ୟ ତଥା ନିକଟବର୍ତ୍ତୀ ବନାଞ୍ଚଳର ୬ଟି ରେଞ୍ଜରେ ନିଆଁ ଲିଭିଯାଇଥିବା ସୂଚନା ମିଳିଛି। ଏସବୁ ଭିତରେ ବର୍ତ୍ତମାନ ସେଠି କେଉଁଭଳି ସ୍ଥିତି ରହିଛି ଏବଂ କ’ଣ କଲେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଶିମିଳିପାଳ ଗସ୍ତରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ।

The post ଶିମିଳିପାଳରେ ବିଜେଡି ସଂଗଠନ ସଂପାଦକ: ଜଙ୍ଗଲର ନିଆଁ ସ୍ଥିତି ପରଖିବେ first appeared on Sambad.



from ଜିଲ୍ଲା – Sambad https://ift.tt/3vmNXkr