
କଟକ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କଟକ ସହର ଆଗମନର ଶତବାର୍ଷିକି ଉତ୍ସବ ପାଳନ କରୁଛି ସମଗ୍ର ସହର। ଆଜିକୁ ଠିକ ଶହେ ବର୍ଷ ପୂର୍ବେ କଟକ ଆସିଥିଲେ ମହାତ୍ମାଗାନ୍ଧୀ। ତେବେ ସେହି ଦିନକୁ ଆଜି ମନେ ପକାଇଛନ୍ତି କଟକ ସହରବାସୀ।
କଟକ ରେଳଷ୍ଟେସନ ଠାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତା ଓ ଶତାଧିକ କର୍ମୀମାନେ ଏବଂ ସହରର ସମସ୍ତ ପୂଜା କମିଟି କର୍ମକର୍ତ୍ତା, ୭୨ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଦଳ ବଳ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଏହି ଦିନକୁ ମନେ ପକାଛନ୍ତି।
କଟକ ରେଳ ଷ୍ଟେସନରୁ ସ୍ବରାଜ ଆଶ୍ରମ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରି କଲେଜଛକ, ରାଣୀହାଟ, ମଙ୍ଗଳାବାଗ, ନୂଆପାଟଣା, ମାଛୁଆ ବଜାର, ବାରପଥର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ହାଇକୋର୍ଟ ଛକ ଦେଇ ବେଲଭ୍ୟୁ ଛକ ଠାରେ ସମାପ୍ତ ହୋଇଛି। ଏହାସହ ଅପରାହ୍ନରେ ସ୍ୱରାଜ ଆଶ୍ରମ ଠାରେ ଡାକ ଟିକେଟର ଉଦଘାଟନ କାର୍ଯ୍ୟକ୍ରମ ରହିଛି।
The post ଉତ୍ସାହର ସହ କଟକ ସହରବାସୀ ପାଳିଲେ ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ first appeared on Sambad.from ଜିଲ୍ଲା | Sambad https://ift.tt/2OPLdvr
0 Comments