
ବ୍ରହ୍ମପୁର: ଆଜି ସକାଳୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ପାଣ୍ଡିଆ ଗ୍ରାମ ନିକଟ ଋଷିକୁଲ୍ୟା ନଦୀତଟରେ ଥିବା ଜଉଗଡ଼ ଓ ଗୁପ୍ତେଶ୍ୱର ପାହାଡ଼ରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ଥ ‘ଦକ୍ଷିଣ-ପୂର୍ବଏସୀୟ ଗବେଷଣା ପ୍ରତିଷ୍ଠାନ’ ଗବେଷଣା ଆରମ୍ଭ କରିଛି।
ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଅମଳର ଶିଳାଲିପି ଥିବା ଏହି ପାହାଡ଼ରେ ପ୍ରାଗ୍ଐତିହାସିକ ଯୁଗରେ ୫/୬ଟି ଗୁହା ଥିଲା। ପ୍ରତି ଗୁହାକୁ ପ୍ରାୟ ୧୦୦ ଲେଖାଏଁ ଲୋକ ଏହାକୁ ପ୍ରାକୃତିକ ଆବାସସ୍ଥଳୀ ଭାବେ ବ୍ୟବହାର କରୁଥିଲେ ବୋଲି ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର୍ ସୁନୀଲ କୁମାର ପଟ୍ଟନାୟକ କହିଛନ୍ତି।
ସମୟକ୍ରମେ, ଲୋକେ ଉକ୍ତ ପ୍ରାକୃତିକ ଆବାସସ୍ଥଳୀରୁ ବାହାରି ସମତଳ ଅଞ୍ଚଳରେ ବସବାସ କଲେ। ସମ୍ରାଟ ଅଶୋକଙ୍କ ରାଜୁତି ଅମଳରେ ଏଠାରେ ‘ସମାପା ନଗର’ ଗଢ଼ି ଉଠିଲା। ଏହି ସହରର ସୁରକ୍ଷା ନିମନ୍ତେ ପାହାଡ଼ ଶିଖର ଅଞ୍ଚଳରେ କେତେଗୁଡ଼ିଏ ‘ଓ୍ଵାଚ୍ ଟାଓ୍ଵାର୍’ କରାଯାଇଥିଲା ବୋଲି କୁହାଯାଉଛି।
ଉକ୍ତ ପାହାଡ଼ ଏବଂ ତତ୍ସଂକ୍ରାନ୍ତ ଅଧିକ ଐତିହାସିକ ତଥ୍ୟାବଳୀ ହାସଲ କରିବା ନିମନ୍ତେ ଡକ୍ଟର ପଟ୍ଟନାୟକଙ୍କ ସମେତ ଡକ୍ଟର ଗୋପାଳ ପ୍ରଧାନ ଓ ଡକ୍ଟର ବଳରାମ ତ୍ରିପାଠୀ ଏଠାରେ ୭/୮ ଦିନ ଧରି ଅନୁସନ୍ଧାନ କରିବେ।
The post ଜଉଗଡ଼ ଓ ଗୁପ୍ତେଶ୍ୱର ପାହାଡ଼ରେ ଗବେଷଣା ଆରମ୍ଭ କଲା ‘ଦକ୍ଷିଣ-ପୂର୍ବଏସୀୟ ଗବେଷଣା ପ୍ରତିଷ୍ଠାନ’ first appeared on Sambad.
from ଜିଲ୍ଲା – Sambad https://ift.tt/3tg7TTT
0 Comments