ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି। ସ୍ୱାଭିମାନ ଅଞ୍ଚଳ ପିପଲିପଦର ଜଙ୍ଗଲରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି। ପିପଲିପଦର ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିଥିଲା। ସୂଚନା ଅନୁସାରେ ଏସଓଜି ଓ ଡିଭିଏଫ୍ ଯବାନ କମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ।
ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀ ଗୁଳିଚାଳନା କରିଥିଲେ, ଯାହାର କଡ଼ା ଜବାବ ଦେଇଛନ୍ତି ଯବାନ। ପ୍ରାୟ ଦୁଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି। ମାଲକାନଗିରି କୋରାପୁଟ ଓ ବିଶାଖାପାଟଣା ଡିଭିଜନର ଶତାଧିକ ନକ୍ସଲ ସେଠାରେ ଉପସ୍ଥିତ ରହିଥିବା ମାଲକାନଗିରି ଏସପି ରିଷିକେଶ ଖିଲାରୀ ସୂଚନା ଦେଇଛନ୍ତି।
ଘଟଣାସ୍ଥଳରୁ ସୁରକ୍ଷାବାହିନୀ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ସହ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡ଼ିଛି।

The post ସ୍ୱାଭିମାନ ଅଞ୍ଚଳରେ ପୁଲିସ-ମାଓବାଦୀ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/3rPj9X9