
କଟକ: ଏସ୍ସିବି ମେଡ଼ିକାଲ ସିଟି ସ୍କାନ ବିଲଡ଼ିଂରେ ସର୍ଟସର୍କିଟରୁ ଅଗ୍ନିକାଣ୍ତ। ଖବର ପାଇ ଘଟଣାସ୍ଥଳରେ ଅଗ୍ନଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କେହି ବି ଆହତ ହୋଇନାହାନ୍ତି। ଏହାସହ ରୋଗୀ ସେବାରେ କୌଣସି ବାଧା ଆସିନାହିଁ। ତେବେ କୋଠରୀରେ ଲାଗିଥିବା ଏସିରୁ ସର୍ଟସର୍କିଟରୁ ନିଆଁ ଲାଗିଥିବା ଏସ୍ସିବି ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏସ୍ସିବି ସିଟି ସ୍କାନ ପାଖ କୋଠରୀରେ ଅଗ୍ନିକାଣ୍ତ ଘଟିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କୌଣସି ରୋଗୀ ଆହତ ହୋଇ ନାହାନ୍ତି ଓ ରୋଗୀ ସେବାରେ ବାଧା ଆସିନଥିବା ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
The post ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ତ; ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା first appeared on Sambad.
from ଜିଲ୍ଲା – Sambad https://ift.tt/2OxZNax
0 Comments