ମାଲକାନଗିରି: ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ଏକ ଅଗ୍ନିଶମ ଗାଡ଼ି ଓଲଟି ୫ ଆହତ ହୋଇଥିବାର ଖବର ମିଳିଛି। ଆଜି ବଣ୍ଡା ଘାଟିର ମୁଦୁଲିପଡ଼ାରେ ପୁଲିସ ଡିଜିଙ୍କ ହେଲିକପ୍ଟର ଯୋଗେ ଗସ୍ତ ଥିବାରୁ ସେଠାକୁ କୁଡୁମୁଳୁଗୁମ୍ମାର ଅଗ୍ନିଶମ ବିଭାଗର ଗାଡ଼ି ମୁଦୁଲିପଡ଼ା ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୫ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଥିବା ବେଳେ ସେଥିମଧ୍ୟରୁ ୪ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ମନୋଜ କୁମାର ସେଠୀ, ଉମାଶଙ୍କର ନାୟକ, ସାରଙ୍ଗଧର ହାତୀ ଓ ପ୍ରକାଶ ଚନ୍ଦ୍ର ନାୟକ।


ଏହାଛଡ଼ା ଜଣଙ୍କର ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଖାଇରପୁଟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଜଣଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

The post ପୁଲିସ ଡିଜିଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ଗାଡ଼ି: ୪ ଆହତ, ଜଣେ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3v2FBOn