
କଟକ : ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଆନୁକୂଲ୍ୟରେ ଆଡ୍ଭୋକେଟ୍ସ ୱେଲ୍ଫେୟାର କର୍ପସ୍ ଫଣ୍ଡ୍ ଷ୍ଟାମ୍ପ ଉନ୍ମୋଚନ କରାଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଏହି ଷ୍ଟାମ୍ପର ଲୋକାର୍ପଣ କରିଥିଲେ। ଏହି ଅବସରରେ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ତଥା ଆଡ୍ଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଉପସ୍ଥିତ ଥିଲେ।
ଓଡ଼ିଶା ଆଡ୍ଭୋକେଟ୍ସ ୱେଲ୍ଫେୟାର୍ କର୍ପସ୍ ଫଣ୍ଡ ନିୟମ ଅନୁସାରେ ପାଣ୍ଠି ଗଠନ କରାଯାଇଥିବା ବେଳେ ଏ ସଂପର୍କିତ ଅଧିନିୟମ ଅନୁଯାୟୀ ଆଇନଜୀବୀ ପରିଷଦ ପକ୍ଷରୁ ଏହି ଷ୍ଟାମ୍ପ ଜାରି କରାଯାଇଛି। ରାଜ୍ୟର ସମସ୍ତ ଆଇନଜୀବୀ ଅଦାଲତରେ ଓକିଲାତିନାମା ଦାଖଲ କରିବା ସମୟରେ ଏହି ଷ୍ଟାମ୍ପ ସଂଲଗ୍ନ କରିବେ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୦୨୧, ମେ ୧୪ରୁ ଓକିଲାତିନାମା ସହିତ ଏହି ଷ୍ଟାମ୍ପ ଲଗାଇବା ବାଧ୍ୟତାମୂଳକ। ଏହି ଷ୍ଟାମ୍ପ ବିନା କୌଣସି ଓକିଲାତିନାମା ଅଦାଲତରେ ଦାଖଲ କରାଯାଇ ପାରିବ ନାହିଁ। ଏହି ଷ୍ଟାମ୍ପ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ଆଡ୍ଭୋକେଟ୍ସ ୱେଲ୍ଫେୟାର କର୍ପସ୍ ଫଣ୍ଡରେ ଗଚ୍ଛିତ ରହିବ। ଆଇନଜୀବୀ ଓ ରାଜ୍ୟର ପଞ୍ଜୀକୃତ ବାର୍ ଆସୋସିଏସନ୍ଗୁଡିକର କଲ୍ୟାଣ ନିମନ୍ତେ ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି ଅନୁସାରେ ଏହି ଅର୍ଥ ବିନିଯୋଗ କରାଯିବ। ଏ ନେଇ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।
The post ଆଡ୍ଭୋକେଟ୍ସ ୱେଲ୍ଫେୟାର କର୍ପସ୍ ଫଣ୍ଡ ଷ୍ଟାମ୍ପ ଲୋକାର୍ପିତ first appeared on Sambad.from ଜିଲ୍ଲା | Sambad https://ift.tt/2SbeVMG
0 Comments