
ରାଉରକେଲା: ଗୁୁରୁବାର ସକାଳେ ଜଣେ ମହିଳା ରାଉରକେଲା ବ୍ରହ୍ମଣୀ ପୋଲରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ନଦୀରେ ପଡ଼ି ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ରଘୁନାଥପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସରକାରୀ ହସ୍ପିଟାଲକୁ ପଠାଇଛି। ଆତ୍ମହତ୍ୟାର କାରଣ ଘରୋଇ କଳହ ବୋଲି କୁହାଯାଉଛି। ମହିଳା ଜଣକ ହେଲେ ସୁଧା ଲୋହାର। ସେ ତାଙ୍କ ସ୍ୱାମୀ ମନୋଜ ଲୋହାରଙ୍କ ସହ ବ୍ରହ୍ମଣୀ ତରଙ୍ଗ ଥାନା ସିଂଟୋଲାରେ ରହନ୍ତି। ରଘୁନାଥପାଲୀ ପୁଲିସ ଘଟଣାର ତଦନ୍ତ ଚଳାଇଛି।
The post ବ୍ରାହ୍ମଣୀ ପୋଲରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା first appeared on Sambad.from ଜିଲ୍ଲା | Sambad https://ift.tt/32DpkTm
0 Comments