
ନୂଆପଡା: ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ମାଲପଡ଼ା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ମାଲପଡ଼ା ନିବାସୀ କ୍ଷେତ୍ର କୂଳଦୀପ ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ସେଠାରେ ଇଟା ଭାଟିରେ କାମ କରୁଥିବା ବେଳେ ବିଦ୍ୟୁତଘାତରେ ତାଙ୍କର ମୃତ୍ୟୁ ଘଟିଛି।
ଏ ପର୍ଯ୍ୟନ୍ତ ତାଙ୍କ ମର ଶରୀର ଗ୍ରାମରେ ପହଞ୍ଚି ପାରିନାହିଁ। ବର୍ତ୍ତମାନ କୋଭିଡ ପରିସ୍ଥିତି କାରଣରୁ କାମଧନ୍ଦା ନାହିଁ କହିଲେ ଚଳେ। ପରିବାରର ଜଣେ ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇ ତାଙ୍କ ପତ୍ନୀ ଓ ପିଲା ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି।
The post ତେଲେଙ୍ଗାନାରେ ବିଦ୍ୟୁତ୍ଘାତରେ ନୂଆପଡ଼ାର ଦାଦନ ଶ୍ରମିକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3dE3mpj
0 Comments