
କେନ୍ଦ୍ରାପଡ଼ା: ପିତା ପାଲଟିଲା ସଇତାନ୍। ମଦ ନିଶାରେ ସବୁ ହିତାହତ ଜ୍ଞାନ ଭୁଲି ନିଜ ନାବାଳକ ପୁଅ ଦେହରେ ମାରିଲା ତତଲା ରଡ୍ ଚେଙ୍କ। ଏଭଳି ଏକ ହୃଦୟ ବିଦାରକ ଘଟଣା ସାଲେପୁର ଥାନା ରାମେଶ୍ବର ପଞ୍ଚାୟତ ଉଚ୍ଚଡିହ ଗ୍ରାମରେ ଘଟିଥିବା ବେଳେ କେନ୍ଦ୍ରାପଡ଼ା ଶିଶୁ ମ˚ଗଳ କମିଟି(ସିଡବ୍ଲୁସି) ଗୁରୁତର ଅବସ୍ଥାରେ ପାଟକୁରା ମାହାଳସ୍ଥିତ ମାମୁଁ ଘରୁ ପିଲାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ ୧୭ ବର୍ଷୀୟ ଏହି ଗୁରୁତର ନାବାଳକ ପ୍ରକାଶ ସେଠୀ ଜଣେ ମାନସିକ ଭିନ୍ନକ୍ଷମ। ପିତା ଅନନ୍ତ ସେଠୀ ଦୁଇ ଦିନ ତଳେ କୌଣସି କାରଣକୁ ନେଇ ପୁଅକୁ ଅତି ନୃଶ˚ସ ଭାବେ ବାନ୍ଧି ପିଟିଥିଲେ। ଏତିକିରେ ତାଙ୍କ ମନ ଶାନ୍ତ ପଡ଼ିନଥିଲା। ଘରେ ଥିବା ଏକ ଲୁହା ରଡ୍କୁ ଚୂଲି ନିଆଁରେ ତତାଇ ପୁଅର ସମ୍ବେଦନଶୀଳ ସ୍ଥାନରେ ମାରି ଦେଇଥିଲେ। ଯନ୍ତ୍ରଣାରେ ପୁଅ ଛଟପଟ ହେଉଥିବା ବେଳେ ନିଶାରେ ଚୁର୍ ବାପା ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏଭଳି ସ୍ଥିତିରେ କାଳେ ବାପା ଆଉ ମାଡ଼ ମାରିବେ, ସେହି ଭୟରେ ଗତକାଲି ପ୍ରକାଶ ମାହାଳସ୍ଥିତ ମାମୁଁ ଘରକୁ ପଳାଇ ଆସିଥିଲେ। ମାମୁଁ ଘର ଲୋକ ଭଣଜାର ଏଭଳି ଅବସ୍ଥା ଦେଖିବା ପରେ ଗତକାଲି ସ˚ଧ୍ୟାରେ କେନ୍ଦ୍ରାପଡ଼ା ସିଡବ୍ଲୁସିକୁ ଫୋନ୍ କରି ଜଣାଇଥିଲେ। ଆଜି ସକାଳେ ଜିଲ୍ଲା ସ˚ଯୋଜକ ରାକେଶ ବାରିକଙ୍କ ସମେତ ଅନ୍ୟମାନେ ମାହାଳ ଯାଇ ପ୍ରକାଶଙ୍କୁ ଉଦ୍ଧାର କରି ପ୍ରଥମେ ସିଡବ୍ଲୁସିରେ ହାଜର କରାଇଥିଲେ।
ପରେ ସେଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବା ପରେ ସେଠାରେ ପ୍ରକାଶଙ୍କ ଚିକିତ୍ସା ହୋଇଥିଲା। ତେବେ ନିଆଁ ଚେଙ୍କରେ ପ୍ରକାଶଙ୍କ ସମ୍ବେଦନଶୀଳ ଅ˚ଚଳରେ ଫୋଟକା ଫାଟି ଘା ହେବା ସହିତ କେତେ ସ୍ଥାନରେ ନୋଳା ଫାଟି ଯାଇଥିବା ଦେଖିବାକୁ ମିଳିଛି। ନାବାଳକ ପ୍ରକାଶଙ୍କ ସହିତ ଆଣ୍ଟେଣ୍ତାଣ୍ଟ୍ ଭାବେ ମାମୁ ଅଜାଙ୍କୁ ମେଡିକାଲ୍ରେ ରଖାଯାଇଛି। ଅନ୍ୟପକ୍ଷରେ ସିଡବ୍ଲୁସି ଅଧୢକ୍ଷ ଶ୍ରୀ ଦାସ କହିଛନ୍ତି ଯେ ଏହା ଅତ୍ୟନ୍ତ ଅମାନୁଷିକ ଘଟଣା। ମେଡିକାଲ୍ରେ ପ୍ରାଥମିକ ଚିକିତ୍ସା ପରେ ପ୍ରକାଶଙ୍କ ଅବସ୍ଥା ଭଲ ଅଛି। ତେବେ ଘଟଣା କଟକ ଜିଲ୍ଲାରେ ଘଟିଥିବା ଦୃଷ୍ଟିରୁ କଟକ ସିଡବ୍ଲୁସିକୁ ଜଣାଯାଇଛି। ତା ସହିତ ଉଭୟ କଟକ ଓ କେନ୍ଦ୍ରପଡ଼ା ଏସ୍ପିଙ୍କୁ ବି ଅଭିଯୁକ୍ତ ବାପା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖାଯାଇଛି।
The post ନୃଶ˚ସ ବାପା, ନାବାଳକ ପୁଅକୁ ନିଆଁ ଚେଙ୍କ first appeared on Sambad.from ଜିଲ୍ଲା | Sambad https://ift.tt/2Q2n9We
0 Comments