ରାଉରକେଲା : ସାରନଗରୀ ଡମ୍ପିଂ ୟାର୍ଡ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ଟାଙ୍ଗରପାଲି ପୁଲିସ। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି। ସେ ଦୁହେଁ ହେଲେ ସାରନଗରୀ ଅଟୋ କଲୋନିର ବଳରାମ ଲୋହାର ଓରଫ ଗୁଲୁ ଓ ଲାଲଟାଙ୍କିର ସଞ୍ଜୟ ବଡାଇକ।

ରିପୋର୍ଟରୁ ପ୍ରକାଶ ଯେ ଗତ ୨୬ ଡିସେମ୍ବରରେ ବିନୋଦ କୈବର୍ତ୍ତ ଓରଫ ରେଞ୍ଚୁଙ୍କୁ ପଥରରେ ଛେଚି ହତ୍ୟା କରି ହତ୍ୟାକାରୀମାନେ ଡମ୍ପ ୟାର୍ଡରେ ଫିଙ୍ଗି ଦେଇ ଥିଲେ। ଜଣେ ମହିଳାଙ୍କୁ ସୁରକ୍ଷା ଦେବାରୁ ଦୁଇ ଗିରଫ ଅଭିଯୁକ୍ତ ରେଞ୍ଚୁଙ୍କୁ ହତ୍ୟା କରିଥିଲେ।

ଉଲ୍ଲେଖଯୋଗ୍ୟ, ଗୁଲୁ ଓ ସଞ୍ଜୟ ଜଣେ ମହିଳାଙ୍କ ଘରକୁ ହାଣ୍ଡିଆ ପିଇବାକୁ ଯାଇଥିଲେ। ସେଠାରେ ହାଣ୍ଡିଆ ପିିଇବା ପରେ ସେମାନେ ସାଙ୍ଗ ହୋଇ ତାଙ୍କ ଘରୁ ବାହାରିଥିଲେ। କିଛି ସମୟ ପରେ ମହିଳାଜଣକ ରେଞ୍ଚ ସହିତ ପାହାଡ଼ ଉପରକୁ ଯାଇଥିଲେ। ଗୁଲୁ ଓ ସଞ୍ଜୟ ମହିଳାଙ୍କୁ ପାହାଡ଼ ଉପରେ ଦେଖି ତାଙ୍କ ସହ ଜୋର୍ଜବରଦସ୍ତି କରିବା ଆରମ୍ଭ କରିଥିଲେ। ରେଞ୍ଚୁ ସେ ଦୁହିଁଙ୍କୁ ଏପରି ନକରିବାକୁ କହି ପ୍ରତିବାଦ କରିବାରୁ ଦୁହେଁ ମିଶି ରେଞ୍ଚୁଙ୍କୁ ହତ୍ୟା କରିଥିଲେ।

 

 

The post ରାଉରକେଲା: ଡମ୍ପିଂ ୟାର୍ଡ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/39yYtLO