ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନାର କରାଳ ରୂପ ଦେଖିବାକୁ ମିଳୁଛି। ପ୍ରତ୍ୟେକଦିନ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅନେକ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ସମ୍ବଲପୁର ସମେତ ପୂରା ପଶ୍ଚିମ ଓଡ଼ିଶା କରୋନା କବଳରେ ଫସି ରହିଛି। ପଶ୍ଚିମ ଓଡ଼ିଶାରେ ବିଶେଷ କରି ବୁର୍ଲା ଭିମ୍‌ସାର୍‌ ଭୋଭିଡ୍‌ ହସ୍ପିଟାଲ୍‌ରେ ସଂକ୍ରମିତଙ୍କ ମୃତ୍ୟୁ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ସମ୍ବଲପୁର ରାଜଘାଟରେ ଏବେ ନିଆଁ ଲିଭୁନାହିଁ। ଗୋଟିଏ ଶବ ଦାହ ଶେଷ ହୋଇନଥିବ ଆଉଏକ ଶବ ଆସି ଅପେକ୍ଷାରେ ରହୁଛି। ଏଭଳି କରୁଣ ହୃଦୟ ବିଦାରକ ଦୃଶ୍ୟ ସମ୍ବଲପୁର ରାଜଘାଟରେ ଦେଖିବାକୁ ମିଳିଛି।

ଗୁରୁବାର ସନ୍ଧ୍ୟା ସୁଦ୍ଧା ରାଜଗାଟରେ ୧୮ଟି ଶବ ଦାହ କରାସରିଛି। ଏଥିରୁ ୧୨ଟି କୋଭିଡ୍ ମୃତକ ରହିଥିବା ବେଳେ ୬ଟି ଅନ୍ୟ ମୃତକ ଅଛନ୍ତି। ରାଜଘାଟରେ ଦୈନିକ ହାରାହାରି ୧୦ ରୁ ଅଧିକ କୋଭିଡ ଶବଦାହ କରାଯାଉଛି। ଗତ ୬ ଦିନ ହିସାବକୁ ନେଲେ ରାଜଘାଟରେ ମୋଟ ଉପରେ ୧୦୮ଟି ଶବ ଦାହ କରାଯାଇଥିବା ବେଳେ ସେଥିରେ ୪୫ଟି ଅଣକୋଭିଡ୍ ଏବଂ ୬୩ଟି କୋଭିଡ୍ ମୃତକ ରହିଛନ୍ତି। ଅପରପକ୍ଷରେ ବୁଢ଼ାରଜା ପାହାଡ଼ ନିକଟ ‘ଶାନ୍ତିଧାମ’ ଶ୍ମଶାନରେ କୋଭିଡ୍ ରୋଗୀଙ୍କ ଶବଦାହ ଆରମ୍ଭ ହୋଇଛି।

ଗତ ୬ ଦିନରେ ରାଜଘାଟରେ ଦାହ ହୋଇଥିବା ଶବ ତଥ୍ୟ
ତାରିଖ କୋଭିଡ୍ ଅଣକୋଭିଡ୍
୨୯।୪ ୧୨ ୬
୩୮।୪ ୯ ୬
୨୭।୪ ୯ ୧୩
୨୬।୪ ୮ ୭
୨୫।୪ ୧୧ ୫
୨୪।୪ ୧୪ ୮
ମୋଟ ୬୩ ୪୫

The post କୋଭିଡ୍ ସ୍ଥିତି ସଙ୍ଗିନ, ରାଜଘାଟରେ ଲିଭୁନି ନିଆଁ first appeared on Sambad.

from ଜିଲ୍ଲା | Sambad https://ift.tt/2QzI4Rn