
ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାମରେ ଠକେଇ ଅଭିଯୋଗରେ ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି।
ପୁଅକୁ ଟାଟା ମୋଟର୍ସରେ ଚାକିରି କରାଇଦେବା ପାଇଁ ବୈଦ୍ୟନାଥପୁର ଥାନାର କନେଷ୍ଟବଳ କାର୍ତ୍ତିକ ପ୍ରଧାନ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ୬ ଲକ୍ଷ ଟଙ୍କା ଦେଇ ଠକେଇର ଶିକାର ହୋଇଥିବା ନେଇ ଗତମାସ ୨୪ ତାରିଖରେ ଅଭିଯୋଗ କରିଥିଲେ। ଏଥିରେ ପାଠକ ବାପାପୁଅଙ୍କୁ ବି ଅଭିଯୁକ୍ତ ଦର୍ଶାଇଥିଲେ। ବୈଦ୍ୟନାଥପୁର ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତିନି ଜଣଙ୍କ ନାମରେ ରିମାଣ୍ଡ୍ ଦେଇଥିଲା। ଆଜି ସଶସ୍ତ୍ର ପୁଲିସ ବଳୟ ମଧ୍ୟରେ ଭୁବନେଶ୍ବର ଝାରପଡ଼ା ଜେଲ୍ରୁ ତିନି ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି ଜବାବସୁଆଲ ଚାଲିଥିବା ବେଳେ ଜାମିନ୍ ଆବେଦନ ଉପରେ ଏସଡିଜେଏମ୍ଙ୍କ ପକ୍ଷରୁ କୌଣସି ରାୟ ପ୍ରକାଶ ପାଇନାହିଁ। ବିଧାୟକ ପ୍ରଦୀପଙ୍କ ସମେତ ପାଠକ ବାପାପୁଅଙ୍କୁ ସଂଧ୍ୟାରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇଦିଆଯାଇଛି।
The post ଟାଟା ମୋଟର୍ସରେ ଚାକିରି ନାଁ’ରେ ଠକେଇ ମାମଲା: ବିଧାୟକ ପ୍ରଦୀପ, ପାଠକ ବାପାପୁଅ କୋର୍ଟରେ ହାଜର first appeared on Sambad.from ଜିଲ୍ଲା | Sambad https://ift.tt/3wZMcu3
0 Comments