
ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଉଦନ୍ତୀ ନଦୀ କୂଳ ବରଗାଁରେ ଥିବା ଭଙ୍ଗା ମନ୍ଦିର ୧୨ଶହ ଶତାବ୍ଦୀର କାକାଚୁରି ରାଜତ୍ବ ସମୟର। ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ବେଳେ ଏହି ତଥ୍ୟ ପଦାକୁ ଆସିଛି।
ପ୍ରତ୍ନତତ୍ତ୍ବବିତ୍ ଜିତେନ୍ଦ୍ର ନାଗ ଏହି ଭଗ୍ନାବଶେଷ ମନ୍ଦିର ସ୍ଥଳରେ ସର୍ବେକ୍ଷଣ କରିଥିଲେ। ମନ୍ଦିରର ଭଗ୍ନାବଶେଷ ଛତିଶଗଡ଼ର ରତନପୁର ଶିଳାଲେଖରୁ ଜଣାପଡ଼େ ଯେ କାକାଚୁରି ରାଜ ବଂଶର ରାଜା ଜଜାଲ ଦେବ ପ୍ରଥମ ୧୧୧୪ ଖ୍ରୀଷ୍ଟାବ୍ଦ ପୂର୍ବରୁ ସମଗ୍ର ଦକ୍ଷିଣ କୋଶଲକୁ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ପରେ ସମଗ୍ର ପଶ୍ଚିମ ଓଡ଼ିଶାକୁ ମଧ୍ୟ କାକାଚୁରି ସାମ୍ରାଜ୍ୟଭୁକ୍ତ କରିଥିଲେ। ୧୨ଶହ ଶତାବ୍ଦୀ ରେ କାକାଚୁରି ରାଜାଙ୍କ ଆଦେଶ କ୍ରମେ ଏହି ଅଞ୍ଚଳରେ ଦେବଦେବୀ ମନ୍ଦିର କାକାଚୁରି ଗଭର୍ଣ୍ଣରଙ୍କର ତତ୍ତ୍ବାବଧାନ ହୋଇଥିଲା। ବର୍ତ୍ତମାନ ଏହି ଭଗ୍ନାବଶେଷ ମନ୍ଦିର ଅବହେଳିତ ହୋଇ ପଡ଼ିରହିଛି। ସରକାର ଏହି ମହତ୍ବପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ସ୍ଥଳକୁ ଖନନ କଲେ ମନ୍ଦିରର ଶିଳାଲେଖ ଏବଂ ଗର୍ଭଗୃହର ନୂତନ ତଥ୍ୟ ସାମ୍ନାକୁ ଆସିବ। ମନ୍ଦିରର ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକ ମତ ପ୍ରକାଶ କରିଛନ୍ତି।
The post ଭଗ୍ନାବଶେଷର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ, ବରଗାଁ ମନ୍ଦିର ୧୨ଶହ ଶତାବ୍ଦୀର first appeared on Sambad.from ଜିଲ୍ଲା | Sambad https://ift.tt/39KjweK
0 Comments