ବାଲୁଗାଁ : ୪୧୯ ଭାରତୀୟ ନୌସେନା ଆର୍‌ଟିଫିସର୍‌ ଶିକ୍ଷାନବୀସ ଆଇଏନ୍‌ଏସ୍‌ ଚିଲିକାରୁ ସ୍ନା‌ତକ ହାସଲ କରିଛନ୍ତି। ଏହି ଅବସରରେ ଆୟୋଜିତ ପାସିଂ ଆଉଟ୍‌ ପରେଡ୍‌କୁ ଗୋପାଳପୁର ଏଡି ସେଣ୍ଟର୍‌ର କମାଣ୍ଡାଣ୍ଟ୍‌ ବ୍ରିଗେଡିଅର୍‌ ସୁମିତ ମାଥୁର ନିରୀକ୍ଷଣ କରିଥିଲେ। କୋଭିଡ଼୍‌ ଭୟାବହତା ମଧ୍ୟରେ ଚଳିତ ବର୍ଷ ‌ଫେବ୍ରୁଆରି ୧୯ ତାରିଖ ଠାରୁ ୯ ସପ୍ତାହ ଧରି ଏହି ପ୍ରଶିକ୍ଷଣ ଚାଲିଥିଲା। ପ୍ରଶିକ୍ଷାର୍ଥୀମାନଙ୍କୁ ପରେଡ୍‌ ଟ୍ରେନିଂ, ସନ୍ତରଣ, କ୍ରୀଡ଼ା ଓ ଶାରୀରିକ ବ୍ୟାୟାମ ସହିତ କଠୋର ପ୍ରଶିକ୍ଷଣ ଦିଆଯାଇଥିଲ। ଭାରତୀୟ ନୌସେନାର ବିକ୍ରମ୍‌, ବିକାଶ କୁମାର ଓ ବିକାଶ ସେମାନଙ୍କ ବ୍ୟାଚ୍‌ରେ ଶ୍ରେଷ୍ଠ ଶିକ୍ଷାନବୀସ ହୋଇଛନ୍ତି। ସମସ୍ତ ପ୍ରଶିକ୍ଷାର୍ଥୀମାନେ ତାଲିମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ବୃତ୍ତିଗତ ତାଲିମ କେନ୍ଦ୍ରକୁ ଯିବେ।

The post ଆଇଏନ୍‌ଏସ୍‌ ଚିଲିକାରେ ପାସିଂ ଆଉଟ୍‌ ପରେଡ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3x1pG4b