ଜୟପୁର: ଜୋରସୋରରେ ଚାଳିଛି ଜଗଦଲପୁର କୋରାପୁଟ ରେଳପଥ ଦୋହରୀକରଣ କାମ। ଏହି କ୍ରମରେ ଉମୁରୀ ନିକଟରେ ଜାତୀୟ ରାଜପଥକୁ କାଟି ନୂଆ ସେତୁର ସଂଯୋଗୀକରଣ କାମ ଚାଳିଛି। ଏହି କାମ ଗତ କାଲି ରାତିରେ ଶେଷ ହୋଇଛି। ଆଜି ସକାଳ ଠାରୁ ଜାତୀୟ ରାଜପଥ ବୋରିଗୁମ୍ମା-ଜୟପୁର ରାସ୍ତା ସଂପୁର୍ଣ୍ଣ ରୁପେ ଭାରୀଯାନ, ଟ୍ରକ ଆଦି ଯିବା ଆସିବା ପାଇଁ ଉନ୍ମୋକ୍ତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ହେମକାନ୍ତ ସୟ, ଏସ୍ଡି‌ପିଓ ଅରୁପ ଅଭିଶେଖ ବେହେରା ଓ ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର। ତେବେ ରାସ୍ତା ଖୋଲି ଥିବା ସଂପର୍କରେ ସୂଚନା ନ ପାଇ ବୋରିଗୁମ୍ମା-ରାଣୀଗଡ-କୋରାପୁଟ ରାସ୍ତାରେ ଶତାଧିକ ଟ୍ରକ ଆଜି ସକାଳରୁ ଯିବା ଆସିବା କରୁଥି‌ଲା।

Sambad

ତେବେ ରାଣୀଗଡ ନିକଟରେ ନିର୍ମାଣାଧୀନ ଥିବା ହାଇଲେଭଲ୍ ବ୍ରିଜ୍ ନିକଟରେ କାଦୁଅରେ କିଛି ଭାରୀଯାନ ପସି ଯାଇଥିଲା। ଏହାରି ଫଳରେ ଏହି ରାସ୍ତାରେ ଯିବା ଆସିବା କରୁଥିବା ଶତାଧିକ ଭାରୀଯାନ, ଟ୍ରକ ଆଦି ଉଭୟ ପାର୍ଶ୍ବରେ ସେଭଳି ରହିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୬ଘଣ୍ଟାକାଳ ଶହ ଶହ ଟ୍ରକ ଏଥିରେ ପସି ରହିଥିଲେ। ଏ ନେଇ ଉପଜିଲ୍ଲାପାଳ ଓ ଏସ୍‌ଡ଼ିପିଓ ସୂଚନା ପାଇବା ପରେ ଟ୍ରକଟିକୁ ରାସ୍ତାରୁ ହଟାଇ ରାସ୍ତାରେ ମାଟି ପକାଇବା ପରେ ଜାମରେ ପସିଥିବା ଶତାଧିକ ଟ୍ରକ ଚଳାଚଳ କରିଥିବା ସୂଚନା ମିଳିଛି। ନୂଆ ସେତୁ ଜାତୀୟରାଜପଥରେ ସଂଯୋଗ ହେବା ପରେ ନିଶେଧାଂଚଳ ଭାବେ ହଟାଯିବା ପରେ ଏହାକୁ ଦେଖିବାକୁ ଲୋକେ ଆସୁଥିବା ଦେଖିବାକୁ ମିଳିଛି।

The post ରେଳପଥ ଦୋହରୀକରଣ ସେତୁ କାମ ଶେଷ; ସୂଚନା ନ ପାଇ ବୋରିଗୁମ୍ମା-କୋରାପୁଟ ରାସ୍ତାରେ ଗଲା ଶତାଧିକ ଟ୍ରକ first appeared on Sambad.

from ଜିଲ୍ଲା | Sambad https://ift.tt/3ud36nj