ଜୟପୁର: କନକ ଟିଭି ଜୟପୁର ବ୍ୟୁରୋ ମୁଖ୍ୟ ରମେଶ ସାହୁଙ୍କ ବାପା ମୋଚିରାମ ସାହୁଙ୍କର ଆଜି ସକାଳୁ ଆମ୍ବାଗୁଡାସ୍ଥ ନିଜ ବାସଭବନରେ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ଗତ କିଛି ମାସ ହେବ ସେ ଅସୁସ୍ଥ ରହିବା ସହ ଶଯ୍ୟାଶାୟୀ ଥିଲେ। ତାଙ୍କ ମୃତ୍ୟୁ ବେଳେ ତାଙ୍କ ତିନିପୁଅ ରମେଶ , ଆଇନଜୀବୀ ନବୀନ ସାହୁ, ଓ ଜୟନ୍ତ ସାହୁ , ୩ବୋଉ, ନାତି ଓ ନାତୁଣୀ ଆଦି ଉପସ୍ଥିତ ଥିଲେ।

ବାହାରେ ରହୁଥିବା ବଡ଼ ପୁଅ ଓ ବଡ଼ ଝିଅ କୋରନା ସଂକ୍ରମଣ ପାଇଁ ସପ୍ତାହନ୍ତ ସଟ୍ ଡାଉନ୍ ଥିବାରୁ ପହଚିଂପାରି ନଥିଲେ। ତାଙ୍କ ଶେଷକୃତ୍ୟ ଜୟପୁର ଚମ୍ପାକୁପୁଲିସ୍ଥ ମଣିକର୍ଣ୍ଣିକା ସ୍ବାର୍ଗଦ୍ବାରରେ ସମାପନ କରାଯାଇଥିଲା। ସେ ଜଣେ ଧର୍ମପରାୟଣ ,ପରୋପକାରୀ, ମିଷ୍ଟଭାଷୀ, ମେଳାପୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଆକାଶବାଣୀ ଜୟପୁର କେନ୍ଦ୍ରରେ ସେ ଦୀର୍ଘ ବହୁ ବର୍ଷ ଧରି କାର୍ଯ୍ୟ କରିବା ସହ ଅବସର ନେଇଥିଲେ।

ସମ୍ବାଦ ଜୟପୁର ସଂସ୍କରଣ ମୁଖ୍ୟ ତ୍ରିନାଥ ଖାଡ଼ଙ୍ଗା, ଆନନ୍ଦ ଚନ୍ଦ୍ର ଓଝା, ପ୍ରସନ୍ନ କୁମାର ମିଶ୍ର, କେ.ଭେଙ୍କଟ ପ୍ରସାଦ ଦୋରା, ତ୍ରିଶୁଳ ସାନ୍ତ୍ରା, ସତୀଶ କୁମାର ବିଶ୍ବାସ ରାୟ, ନଗର ପ୍ରତିନିଧି ସୁରେଶ କୁମାର ନାଇଡ଼ୁ, ଞାନଚାନ୍ଦ ଜଗନ୍ନାଥ, ଜୟପୁର ଜିଲ୍ଲା ଓକିଲ ସଂଘ ସଭାପତି ସରୋଜ ଦାଶ, ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହ ସଂପାଦକ ଗିରିଧର ଖରା, କୋଷାଧ୍ୟକ୍ଷ ଗୋପବନ୍ଦୁ ସାନ୍ତ୍ରା, ପଦ୍ମନାଭ ସ୍ବାଇଁଙ୍କ ସମେତ ସହର ସାମ୍ବାଦିକ , ଆଇନଜୀବୀ ,ବୁଦ୍ଧିଜୀବୀ , ଗନ୍ୟମାନ୍ୟ ବ୍ୟକ୍ତି ମାନେ ଶୋକପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି।

The post କନକ ଟିଭି ଜୟପୁର ବ୍ୟୁରୋ ମୁଖ୍ୟଙ୍କ ବାପା ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3xHO7DN