
ଜୟପୁର: ପରିବା ବୋଝେଇ ଭ୍ୟାନରେ ଗଂଜେଇ ଚାଳାଣ କରିବା ମାମଲାରେ ଜୟପୁର ସଦର ଥାନା ପୁଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩୯୩ କିଲୋ ଗଂଜେଇ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କର କୋଭିଡ୍ ସଂକ୍ରମଣ ପରୀକ୍ଷା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିଲା। ଏହି ୬ଜଣଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହି ସୂଚନା ପାଇବା ପରେ ଏସଡିପିଓ ଅରୁପ ଅଭିଶେଖ ବେହେରାଙ୍କ ନିର୍ଦେଶରେ ଜୟପୁର ସଦରଥାନାକୁ ଦୁଇ ଦିନ ପାଇଁ ସଟ୍ଡ଼ାଉନ ଘୋଷଣା କରାଯାଇଛି ବୋଲି କହିଛନ୍ତି ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର।
ସମସ୍ତ ପୁଲିସ ଅଧିକାରୀ ଓ କନେଷ୍ଟବଲ ମାନେ ଆସନ୍ତାକାଲି କରୋନାକୁ ନେଇ ଆଣ୍ଟିଜେନ୍ ଓ ଆରଟିପିସିଆର ପରୀକ୍ଷା କରିବା ପରେ ହିଁ ଥାନା କାର୍ଯ୍ୟ ଚାଲିବ ବୋଲି କହିଛନ୍ତି ଥାନା ଅଧିକାରୀ। ସମସ୍ତ ଥାନାର କର୍ମଚାରୀ ମାନେ ସଂଗରୋଧରେ ରହିଥିବା କହିଛନ୍ତି ସଦରଥାନା ଅଧିକାରୀ। ପ୍ରକାଶଯୋଗ୍ୟ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସମୟରେ ବି ସଦର ଥାନାର କିଛି କର୍ମଚାରୀ ସଂକ୍ରମିତ ହୋଇଥିଲେ।
The post ଗଂଜେଇ ମାମଲାରେ ଧରା ପଡ଼ିଥିବା ଜଣେ ଅଭିଯୁକ୍ତ କରୋନା ସଂକ୍ରମିତ; ୨ଦିନ ପାଇଁ ସଦର ଥାନା ସଟ୍ ଡାଉନ first appeared on Sambad.from ଜିଲ୍ଲା | Sambad https://ift.tt/3ubin80
0 Comments