
ଜୟପୁର: ସଦର ଥାନା ଅଂଚଳର ଗୋଟିଏ ନାବାଳିକାକୁ ଖଇରମୁଣ୍ଡି ଗାଁର ବଳରାମ ହରିଜନ ନାମକ ଅଭିଯୁକ୍ତ ୨୦୧୭ ମସିହାରେ ଅପହରଣ କରି ନେଇଥିଲେ। ନାବାଳିକାର ସେତେବେଳେ ବୟସ ୧୫ ହୋଇଥିଲା। ନାବାଳିକାର ଇଛା ବିରୋଧରେ ଜୀବନରେ ମାରିବାକୁ ଡରାଇ ଧମକାଇ ତା ସହ ୩ବର୍ଷ ଧରି ଶାରିରୀକ ସଂପର୍କ ରଖି ଆସୁଥିବା ନାବାଳିକା ଜଣକ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଏବେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଘରୁ ମାଡ଼ ମାରି ତଡ଼ି ଦେଇଥିବା ନାବାଳିକା ଜଣକ ଅଭିଯୋଗ କରିଛନ୍ତି।
ତାଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତ ବଳରାମଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ। ଅଭିଯୁକ୍ତକୁ ଅତିଶୀଘ୍ର ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯିବ ବୋଲି କହିଛନ୍ତି ଥାନା ଆଇଆଇସି।
The post ନାବାଳିକାକୁ ଅପହରଣ କରି ୩ବର୍ଷ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3gS9b4I
0 Comments