ସିନାପାଲି:  ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ କରୋନା ମୃତ୍ୟୁ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଝାରବନ୍ଧ ଗ୍ରାମପଂଚାୟତର ଗ୍ରାମ ରୋଜଗାର ସେବକ ରାକେଶ ସୁନାନୀ ନଦୀଗାଁ ନିବାସୀ। ସେ ନିଜ ଦାୟିତ୍ବ ସମ୍ପାଦନ କରୁଥିବା ବେଳେ କୋଭିଡ଼ ପଜିଟିଭ ଚିହ୍ନଟହୋଇଥିଲେ। ସେ ସମ୍ବଲପୁର ଠାରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାର ବିଭିନ୍ନ ବିଭାଗରେ ତାଙ୍କ ବାପା ବଦନ ସୁନାନୀଙ୍କ ପୁଅ ରାକେଶ ସୁନାନୀଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ମାର୍ଚ୍ଚ ୨୪ତାରିଖରେ ସେ ବିବାହ କରିଥିଲେl ନୂଆମାଳପଡ଼ାର ସରପଞ୍ଚ ନାକବୁନ୍ଦିଆ ଚୀନ୍ଦା ତାଙ୍କ ନିଜ ଗାଁରେ କରୋନାରେ ମୃତ୍ୟୁବରଣ କଲେ ଓ ଖନ୍ଦାପଡ଼ାର ଶୋଭନ ରଣା ମଧ୍ୟ ମୃତ୍ୟୁବରଣ କଲେl

ସିନାପାଲି ବ୍ଲକର ଆଜି ତିନି ଜଣ ମୃତ୍ୟୁବରଣ କରିଥିବାରୁ କୋକୁଆ ଭୟ ଖେଳି ଯାଇଛି l ଆଜି ତିନି ଜଣ ମୃତ୍ୟୁ ବରଣ କରିଥିବାରୁ ଶୋକର ଛାୟା ଖେଳି ଯାଇଛି।

The post ସିନାପାଲିରେ କରୋନା ନେଲା ଆଉ ତିନି ଜୀବନ first appeared on Sambad.

from ଜିଲ୍ଲା | Sambad https://ift.tt/3u6iykh