
ବାରିପଦା: ଫାଇଲିନ, ଫନି ଓ ଅମ୍ଫାନ ବାତ୍ୟାର ଭୟାବହତାକୁ ଭୁଲିନଥିବା ମୟୂରଭଞ୍ଜବାସୀଙ୍କ ପାଇଁ ବାତ୍ୟା ୟାସ ପୁନର୍ବାର ଭୟ ସଂଚାର କରିଛି। ଆଜି ସକାଳ ସୁଦ୍ଧା ଜିଲ୍ଲାରୁ ୬୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଗଲାଣି।
ଆଜି ସକାଳୁ ଜିଲ୍ଲାରେ ବର୍ଷା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସେହିପରି ପଵନର ବେଗ ମଧ୍ୟ ବଢୁଛି। ଆଜି ଜିଲ୍ଲାରେ ହାରାହାରି ୬୨.୬୫ ମିମି ବର୍ଷା ରେକର୍ଡ କରାଯାଇଛି। କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିମି ବର୍ଷା ହେଇଛି। ଶିମିଳିପାଳରେ ବର୍ଷା ବଢ଼ୁଥିବାରୁ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଏବଂ ଅନ୍ୟାନ୍ୟ ନଦୀର ଜଳସ୍ତର ବଢିବା ଆଶଙ୍କା ଦେଖାଦେଇଛି।

ଆଜି ସକାଳ ସୁଦ୍ଧା ଜିଲ୍ଲାର ବିଭିନ୍ନ ନଦୀ ଜଳସ୍ତର ସ୍ଥିର ଅଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡିଥିବାର ଖବର ମିଳିଛି। ରାସ୍ତା ସଫା ଏବଂ ଉଦ୍ଧାର କାର୍ଯ୍ୟରେ ୭ ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ କାମରେ ଲାଗିଛନ୍ତି। ସରକାରୀ ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ଗତକାଲି ରାତିରୁ ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି। ସେହିପରି ଆଶ୍ରୟ ସ୍ଥଳରେ କୋଭିଡ କଟକଣା ମାନିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇପଡିଛି। ଆଗାମୀ କିଛି ଘଣ୍ଟା ଜିଲ୍ଲା ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା କହିଛନ୍ତି ଜିଲ୍ଲାପାଳ। ତେବେ ଏଯାବତ ଜିଲ୍ଲାରେ କୌଣସି ଧନଜୀଵନ ହାନି ହୋଇନଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
The post ୟାସକୁ ନେଇ ମୟୂରଭଞ୍ଜରେ ଆତଙ୍କ: ୬୧ ହଜାରରୁ ଅଧିକ ନାଗରିକ ହେଲେଣି ସ୍ଥାନାନ୍ତର first appeared on Sambad.from ଜିଲ୍ଲା | Sambad https://ift.tt/3yGP4wE
0 Comments