ଓଡ଼ିଆ ଯୁବକଙ୍କ ନିଆରା ପ୍ରୟାସ; ଆୟୁର୍ବେଦ ଗୁଣଯୁକ୍ତ ଏନ୍-୯୫ ମାସ୍କ

କଟକ: କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସୁରକ୍ଷିତ ମାସ୍କ ଅନ୍ୟତମ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି। ନିୟମିତ ମାସ୍କ ପିନ୍ଧିବା ଜୀବନଚର୍ଯ୍ୟାର ଏକ ଅଙ୍ଗ ହୋଇଯାଇଛି। ବଜାରରେ ଭଳିକି ଭଳି ମାସ୍କ ଉପଲବ୍ଧ ହେଉଥିବା ବେଳେ ଏବେ କେତେ ଜଣ ଯୁବ ଉଦ୍ୟୋଗୀ ଏନ୍-୯୫ ଆର୍ୟୁବେଦିକ୍ ମାସ୍କ ଓଡ଼ିଶା ବଜାରରେ ବିକ୍ରି କରିବା ପ୍ରୟାସ ଆରମ୍ଭ କରିଛନ୍ତି।

ତୁଳସୀ, ହଳଦୀ ଓ ପୋଦିନା ବାସ୍ନା ଯୁକ୍ତ ଏହି ଏନ୍-୯୫ ମାସ୍କ ପିନ୍ଧିବାରେ ସହଜ, ସ୍ବାଭାବିକ ଅନୁଭବ ହେଉଥିବା ବେଳେ ଆର୍ୟୁବେଦ ଗୁଣଯୁକ୍ତ ବାସ୍ନା ଏହାକୁ ଆକର୍ଷଣୀୟ କରିଛି। ଏମବିଏ ଡିଗ୍ରି କରିଥିବା ଯାଜପୁରର ସନ୍ଦୀପ ସତ୍ୟନାରାୟଣ ଭୂୟାଁ ଏଭଳି ପ୍ରୟାସ ଆରମ୍ଭ କରିଥିବା ବେଳେ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି ଇଂଜିନିୟର ସମ୍ବିତ ସାଇ ନାରାୟଣ ଓ ସୌମ୍ୟ ସାଇ ସିଦ୍ଧାର୍ଥ।

The post ଓଡ଼ିଆ ଯୁବକଙ୍କ ନିଆରା ପ୍ରୟାସ; ଆୟୁର୍ବେଦ ଗୁଣଯୁକ୍ତ ଏନ୍-୯୫ ମାସ୍କ first appeared on Sambad.

from ଜିଲ୍ଲା | Sambad https://ift.tt/3ubIhaQ

Post a Comment

0 Comments