
ପୁରୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରାରେ ସମ୍ପୃକ୍ତ ସେବକମାନେ ବୀମାଭୁକ୍ତ ହେବେ। ରଥଯାତ୍ରା ନୀତିକାନ୍ତି ବେଳେ କୌଣସି ସେବକ ଅଘଟଣର ଶିକାର ତଥା ମୃତାହତ ହେଲେ ସେମାନଙ୍କୁ ବୀମା ସହାୟତା ଯୋଗାଇ ଦିଆଯିବ। ଶ୍ରୀଗୁଣ୍ଡିଚା ମନ୍ଦିର ସେବକ ବି ଏହି ବୀମାଭୁକ୍ତ ହେବେ। ଏହାବାଦ୍ ବର୍ଷତମାମ ଶ୍ରୀମନ୍ଦିର ଅଘଟଣକୁ ବୀମାଭୁକ୍ତ କରାଯାଇଛି। ଶ୍ରୀମନ୍ଦିର ଭିତରେ କୌଣସି ଭକ୍ତ ଅବା ସେବାୟତଙ୍କ ସହ ଅଘଟଣ ଘଟିଲେ, ବୀମା ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ବୀମା କମ୍ପାନିଙ୍କୁ ନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା। ଦୁଇ ବୀମା କମ୍ପାନନି ନ୍ୟୁ ଇଣ୍ଡିଆ ଇନ୍ସ୍ୟୁରାନ୍ସ ଓ ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ ଏହି ଟେଣ୍ଡରରେ ଅଂଶଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏହି ଟେଣ୍ଡର ଖୋଲାଯାଇଛି।
ଓରିଏଣ୍ଟାଲ୍ ଇନ୍ସ୍ୟୁରାନ୍ସ କମ୍ପାନି ଟେଣ୍ଡରରେ ଆଗରେ ରହିଥିବା ପୂର୍ବତନ ପରିଚାଳନା କମିଟି ସଦସ୍ୟମାନେ କହିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ତଥାପି ପୂର୍ବବର୍ଷ ଯେତିକି ବୀମାରାଶି ମିଳୁଥିଲା, ସେହି ରାଶି ଚଳିତବର୍ଷ ବି ସେବାୟତମାନେ ପାଇବେ ବୋଲି ଜଣାପଡ଼ିଛି। ମୃତକଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କାର ବୀମାରାଶି ମିଳିବ ବୋଲି ଜଣାପଡ଼ିଛି। ସେହିଭଳି ରଥଖଳାରେ ନିୟୋଜିତ ସେବକମାନଙ୍କୁ ବି ଏହି ବୀମାଭୁକ୍ତ କରାଯାଇଥିବା ଜଣାପଡ଼ିଛି।
The post ବୀମାଭୁକ୍ତ ହେବେ ସେବକ, ଭକ୍ତ, ଖୋଲାଗଲା ବିମା କମ୍ପାନିଙ୍କ ଟେଣ୍ଡର first appeared on Sambad.from ଜିଲ୍ଲା | Sambad https://ift.tt/3tFXwsh
0 Comments