ଜୟପୁର: ଦୀର୍ଘ ବହୁ ବର୍ଷ ପରେ ଜୟପୁରର ହସ୍ତଶିଳ୍ପୀ ରାଜେଶ୍ବରୀଙ୍କ ଉପରେ ହସ୍ତତନ୍ତ ଓବୟନଶିଳ୍ପ ବିଭାଗର ଶୁଭ ଦୃଷ୍ଟି ପଡ଼ିଛି। ସେ ବାଉଁଶରେ ତିଆରି କରୁଥିବା ପାରମ୍ପାରିକ ସାମଗ୍ରୀ ଗୁଡ଼ିକୁ ବିଭାଗ ମାନ୍ୟତା ଦେଇଛି। ଓଡିଶାର ଐତିହ୍ୟ ଓ ପରମ୍ପରା ଓ ଅତି ପ୍ରାଚୀନ କଳାକୁ ରାଜେଶ୍ବରୀ ବଂଚାଇ ରଖିଛନ୍ତି ବୋଲି ବିଭାଗର ଟୁଇଟରେ ସ୍ଥାନ ଦେଇଛନ୍ତି। ଏଭଳି ପାରମ୍ପରିକ , ଐତିହ୍ୟ ବହନ କରୁଥିବା ସାମଗ୍ରୀକୁ ବହୁ ଗବେଷକ ଏବଂ ଲୋକେ କିଣି ସାଇତି ବ ରଖୁଛନ୍ତି। ଏହା ଦ୍ବାରା ଓଡିଶାର ସମ୍ମାନ ବୃଦ୍ଧି ପାଇବ ବୋଲି ଉଲ୍ଲେଖ କରାଯାଇଛି। ରାଜେଶ୍ବରୀ ଏହା ଜାଣିବା ପରେ ସେ ଖୁବ ଉତ୍ସାହିତ ହୋଇଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାଯୋଗ୍ୟ, ଜୟପୁର ଶାବରୀ ମହିଳା ଏସଏଚଜିର ସଂପାଦିକା ତଥା ହସ୍ତଶିଳ୍ପୀ ରାଜେଶ୍ବରୀ ଷଡଙ୍ଗୀ ବିଭିନ୍ନ ରକମର ବାଉଁଶ ଜିଲ୍ଲାର କୋଣ ଅନୁକୋଣ ଜଙ୍ଗଲରୁ ସଂଗ୍ରହ କରୁଛନ୍ତି। ଏଥିରେ ବିଭିନ୍ନ ପାରମ୍ପରିକ କଳା ଭିତ୍ତିକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। କୋଭିଡର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଭୁବନେଶ୍ବରରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଦ୍ବାରା ହୋଇଥିବା କ୍ରାଫ୍ଟ ବଜାରରେ ସେ ବାଉଁଶ କଳାରେ ତିଆରି ବିଭିନ୍ନ ଲାଇଟ୍, ପ୍ରେମ୍ ଆଦି ନେଇ ଏଥିରେ ସାମିଲ ହୋଇଥିବା କହିଛନ୍ତି ରାଜେଶ୍ବରୀ। ସେ ଏବଂ ତାଙ୍କ ଟିମ୍ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ବାଉଁଶରେ ତିଆରି ହସ୍ତକଳାକୁ ଅତିଥି ମାନେ ଉଚ୍ଚ ପ୍ରଶଂସା ବି କରିଥିବା କହିଛନ୍ତି ରାଜେଶ୍ବରୀ।

ରାଜେଶ୍ବରୀ ଶାବରୀ ମହିଳା ସ୍ବୟଂ ସହାୟକ ଦଳ ଗଠନ କରି କରୋନା କାଳରେ ମଧ୍ୟ ୭ଟି ଏସଏଚଜି ଗୃପ ଦ୍ବାରା ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରାଇ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଆସିଛି। ଏହା ସହ ଏହାରି ମଧ୍ୟରେ ଜୟପୁର ଉପଖଣ୍ଡକାରାଗାରର ଅନ୍ତେବାସୀଙ୍କୁ ଅଗରବତୀ ତିଆରି ପ୍ରକ୍ରିୟାର ବି ତାଲିମ ଦେଇ ଆସିଥିଲା। ମିଶନଶକ୍ତି, ଫିକି ଓଡିଶା ଓ ସମ୍ବାଦ ପକ୍ଷରୁ ଚାଳିଥିବା ‘ଓଡିଶା-୫୦’ ଅଭିଯାନରେ ବି ଶାବରୀ ଏସଏଚଜିକୁ ସାମିଲ୍ କରାଯିବା ସହ ସମାଜ ଏବଂ ମହିଳା ମାନଙ୍କର ଆର୍ଥିକସଶକ୍ତିକରଣ ପ୍ରତି ଏହି ଦଳର ରହିଥିବା ସହଯୋଗ ସଂପର୍କରେ ବି ରିପୋର୍ଟ ପ୍ରକାଶ ପାଇଥିଲା। ହସ୍ତତନ୍ତ ଓବୟନଶିଳ୍ପ ବିଭାଗର ରାଜ୍ୟସ୍ତରୀୟ ଟୁଇଟରେ ରାଜେଶ୍ବରୀଙ୍କୁ ସାମିଲ କରାଯିବା ନିଶ୍ଚିତ ରୁପେ ଜିଲ୍ଲାପାଇଁ ଗର୍ବ ଓ ଗୌରବ ଏଥିରେ ଦ୍ବିମତ ନାହିଁ।

The post ହସ୍ତଶିଳ୍ପୀ ରାଜେଶ୍ବରୀଙ୍କ ବାଉଁଶରେ ତିଆରି ପାରମ୍ପରିକ କଳାକୁ ଚିହ୍ନିଲା ହସ୍ତତନ୍ତ ଓବୟନଶିଳ୍ପ ବିଭାଗ: ଟୁଇଟରେ ଦେଲା ସ୍ଥାନ first appeared on Sambad.

from ଜିଲ୍ଲା | Sambad https://ift.tt/346XjEo