
ରାଉରକେଲା : ପ୍ଲାଣ୍ଟସାଇଟ ରୋଡ଼ରେ ଥିବା୍ ରାସନ ସାମଗ୍ରୀର ହୋଲସେଲ ମାର୍କେଟ ଉପରେ ଯୋଗାଣ ବିଭାଗ ଏବଂ ରାଉରକେଲା ମହାନଗର ନିଗମ (ଆରଏମସି ) ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି। ଅନାବଶ୍ୟକୀୟ ଭାବେ ବିଭିନ୍ନ ସାମଗ୍ରୀ ଗଛିତ ରଖି ଖୁଚୁରା ବଜ଼ାରରେ କୁତ୍ରିମ ଅଭାବ ସୃଷ୍ଟି କରୁଥିବା ଅଭିଯୋଗ ପାଇବା ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି । କେତେକ ବ୍ୟବସାୟିକ ପ୍ରତିଷ୍ଠାନ ଗଛିତ ରଖିଥିବା ସାମଗ୍ରୀର ପରିମାଣ ସୂଚନା ବୋର୍ଡ ରେ ଲେଖି ନଥିବାରୁ ଜରିମାନା ମଧ୍ୟ ଆଦାୟ ହୋଇଛି ।

ଗତକାଲି ହୋଲସେଲରେ ଆଳୁ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଥିବା ବେଳେ ଖୁଚୁରା ବଜାରରେ ଉଭାନ ହୋଇ ହୋଇଯାଇଥିଲା | କରୋନା ମହାମାରୀର ଦ୍ବିତୀୟ ଲହରିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଲକ୍ଡ଼ାଉନ ଜାରି କରିଥିବାବେଳେ ସକାଳୁ ଦିନ ୧୨ ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ସମୟ କୋହଳ କରାଯାଇଥିଲେ ମଧ୍ୟ ଲୋକ ମାନେ ଆବଶ୍ୟକତା ଠାରୁ ଅଧିକ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ବୋହି ନେଉଛନ୍ତି। ଆଉ ଏହାର ଫାଇଦା ନେବା ପାଇଁ ବସିଛନ୍ତି କିଛି ମୁନାଫା ଖୋର୍ ବ୍ୟବସାୟୀ।
ବଜାରରେ ଆଳୁ ମହଜୁଦ୍ ଥାଇ ମଧ୍ୟ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଗତକିଛି ଦିନ ହେଲା ଆଳୁ ଦର ଖୁଚୁରା ବଜାରରେ ୧୦-୧୨ ଟଙ୍କାରେ ମିଳୁଥିଲା। କରୋନା ପାଇଁ ସାପ୍ତାହିକ ସଟ୍ଡ଼ାଉନ୍ ଏବଂ ଲକ୍ଡ଼ାଉନ ଘୋଷଣା ହେବା ପରଠାରୁ ଦର ଧିରେ ଧିରେ ବୃଦ୍ଧି ପାଇ ଗତକାଲି ୨୨ ଟଙ୍କାରେ ପହଞ୍ଚିଥିଲା। କିଛି ଲୋକ ପାଇକାରୀ ବଜାରରୁ ୧୨୦୦ ତ କିଏ ୧୫୦୦ ଦେଇ ଆଳୁ କିଣି ନେଇଥିବା ବେଳେ ଯାହା ପାଖରେ ଆଳୁ ମହଜୁଦ୍ ଥିଲା ସେ ୨୮ ଟଙ୍କାରେ ଆଳୁ ବିକ୍ରି କରୁଥିଲେ। ବହୁ ବ୍ୟବସାୟୀଙ୍କ ଠାରେ ଆଳୁ ନଥିବା ଦେଖିବାକୁ ମିଳିଥିଲା। ଆଉ ଏସବୁ ଦେଖିବା ପରେ ଆଜି ଚଢ଼ାଉ କରାଯାଇଛି |
The post ହୋଲସେଲ ମାର୍କେଟରେ ଯୋଗାଣ ବିଭାଗ,ଆରଏମସିର ଚଢ଼ଉ first appeared on Sambad.from ଜିଲ୍ଲା | Sambad https://ift.tt/3h7bS2y
0 Comments