କଟକ: କରୋନା ମୁକାବିଲା ପାଇଁ ଏସ୍‌ସିବିରୁ ୧୫୦ଜଣ ପିଜି, ହାଉସ୍‌ସର୍ଜନ୍‌ ଡାକ୍ତରଙ୍କୁ ୧୦ଟି ଜିଲ୍ଲାକୁ ପଠାଯାଇଛି। ସେମାନଙ୍କୁ ରାୟଗଡ଼ା, ମାଲକାନଗିରି, ସୋନପୁର, କୋରାପୁଟ ଭଳି ବିଭିନ୍ନ ଜିଲ୍ଲାକୁ ପଠାଯାଇଛି।

odishabytes.com

ଏସ୍‌ସିବିରୁ ଅନ୍ୟ ଜିଲ୍ଲାକୁ ଡାକ୍ତର ପଠାଇ ଦିଆଯାଇଥିବାରୁ ଏସ୍‌ସିବିରେ ଆଗକୁ ଯେଉଁ ୭୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଓ ନର୍ସିଂ ‌ହ‌ଷ୍ଟେଲରେ ଖୋଲାଯିବାକୁ ଥିବା ସିସିସି ଖୋଲାଗଲେ ଡାକ୍ତର ସମସ୍ୟା ବି ଦେଖା ଦେଇପାରେ ବୋଲି ଆଲୋଚନା କରାଯାଉଛି। ଖୁବ୍‌ ଶୀଘ୍ର ଏସ୍‌ସିବି ପରିସରରେ ଥିବା ନର୍ସିଂ ହଷ୍ଟେଲରେ ସିସିସି ଖୋଲାଯିବା ସହ ୨ଶହରୁ ଅଧିକ ବେଡ୍‌ର ବ୍ୟବସ୍ଥା କରାଯିବ ଓ ପ୍ରତି ବେଡ୍‌ରେ ଅକ୍ସିଜେନ ରଖାଯିବାର ଯୋଜନା କରାଯାଇଛି।

The post ଏସ୍‌ସିବିରୁ ୧୫୦ ଡାକ୍ତର ଗଲେ ୧୦ ଜିଲ୍ଲାକୁ; ନର୍ସିଂ ହଷ୍ଟେଲରେ ଖୋଲାଯିବ ସିସିସି first appeared on Sambad.

from ଜିଲ୍ଲା | Sambad https://ift.tt/3enn7SH