
ବାରିପଦା: ଓଡ଼ିଶା ସ୍ୱତନ୍ତ୍ର ରିଲିଫ ଆୟୁକ୍ତଙ୍କ ପକ୍ଷରୁ ପୁରୀ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ମୟୂରଭଞ୍ଜ ମନ୍ଦିର ମଠ ସୁରକ୍ଷା ସମିତି ପକ୍ଷରୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ବିରୋଧ କରାଯାଇଛି । ଏଥି ସହ ଏହାର ପୁର୍ନବିଚାର କରାଯାଇ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚାଯାତ୍ରା ପାଳନ ନିମନ୍ତେ ଅନୁମତି ଦେବାକୁ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ଗୃହୀତ ହୋଇଛି। ସେହିପରି ସରକାରଙ୍କ ଉପରେ ଚାପ ପ୍ରୟୋଗ ନିମନ୍ତେ ବାରିପଦା ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଶ୍ରଦ୍ଧାଳୁମାନେ ଦ୍ୱାରା ମାନବ ଶୃଙ୍ଖଳ ଚେନ ସୃଷ୍ଟି କରାଇ ହାତରେ ପ୍ଲେ-କାର୍ଡ଼ ଧରି ନୀରବ ଧାରଣା ଦେବେ। ଏହି ସମୟରେ ବାରିପଦା ସହରବାସୀ ନିଜ ନିଜ ଘର ସମ୍ମୁଖରେ ଘଣ୍ଟ, ଶଙ୍ଖ ଓ ହୁଳହୁଳି ଦେଇ କୋଭିଡ଼-୧୯ କଟକଣା ମଧ୍ୟରେ ରଥଯାତ୍ରା ପାଳନ କରାଇବା ପାଇଁ ସରକାରଙ୍କ ନିକଟରେ ଦାବୀ ଜଣାଇବେ।
ଉକ୍ତ ସମୟର ଦୃଶ୍ୟକୁ ଫଟୋ ଓ ଭିଡ଼ିଓ ତିଆରି କରି ସାମାଜିକ ଗଣମାଧୟମରେ ଅପଲୋଡ଼ କରାଇବାକୁ ସମିତି ପକ୍ଷରୁ ସହରବାସୀଙ୍କୁ ଆହ୍ୱାନ ଦିଆଯାଇଛି। ସମିତିର ସଭାପତି ତଥା ପରିବେଶବିତ୍ ଓ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଜରୁରୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଈଶ୍ୱର ଚନ୍ଦ୍ର ଦାସ, ସମାଜ ପତି, ଉମେଶ ସାହୁ, ସାଧାରଣ ସମ୍ପାଦକ ପ୍ରଦୋଷ ଦାସ, ସମ୍ପାଦକ ଶିବୁ ରଣା, ସଙ୍ଗଠନ ସମ୍ପାଦକ ହରପ୍ରସାଦ ପାତ୍ର, କୋଷାଧ୍ୟକ୍ଷ ମନୋଜ ପତି, କାର୍ୟ୍ୟକାରୀ ସଦସ୍ୟ ସଞ୍ଜୀବ ମିଶ୍ର, ରବୀନ କୁମାର ମହାପାତ୍ର, କଳିଙ୍ଗ କେଶରୀ ଜେନା, ରାଜେଶ ଦାଶ, ଅମିତ୍ କୁମାର, ବଳରାମ ରଣା, ସନ୍ଦିପ ପତି, ସୁଧାଂଶୁ ରଣା, ପିଲୁ ଦାସ, ମନୁ ରାମ, ଅଭିଜିତ ମହାପାତ୍ର ଓ ନିମାଇଁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
The post ରଥଯାତ୍ରା ପାଳନକୁ ଅନୁମତି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ first appeared on Sambad.from ଜିଲ୍ଲା | Sambad https://ift.tt/3cVwoAn
0 Comments