
ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲିସ୍ଥିତ ଜନ ଡିଅର ଟ୍ରାକ୍ଟର ସୋ’ରୁମରୁ କ୍ରେତା ପରିଚୟ ଦେଇ ୪ ଜଣ ଯୁବକ ଟ୍ରାଏଲ କରିବା ବାହାନାରେ ଟ୍ରାକ୍ଟର ଧରି ଫେରାର ମାରିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ପୁଲିସ ଲୁଟେରାମାନଙ୍କୁ ରାୟଗଡ଼ାରୁ ଗିରଫ କରିବା ସହ ଟ୍ରାକ୍ଟରଟିକୁ ଜବତ କରିଥିଲା। ଶନିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
ସୋ ରୁମ ମାଲିକ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଗତ ୯ ତାରିଖ ଟ୍ରାକ୍ଟର କିଣିବାକୁ କହି ଜୁଲୁଣ୍ଡା ଗ୍ରାମର ମୁନୁ ଡାଙ୍ଗ (୨୫) ଓ ତା’ ଭାଇ ବିଶ୍ବ ଡାଙ୍ଗ (୨୭) ସୋ’ରୁମକୁ ଆସି ଆବଶ୍ୟକ କାଗଜପତ୍ର ଦେଇ ଡାଉନ ପେମେଣ୍ଟ ବାବଦକୁ ୪୦ ହଜାର ଟଙ୍କା ଡିପୋଜିଟ କରିଥିଲେ। ସିଣ୍ଡିକେଟ ବ୍ୟାଙ୍କର ନାମ ଥିବା ଏକ ଏଟିଏମ୍ କାର୍ଡ ମଧ୍ୟ ଦେଇ ସେଥିରୁ ୧ ଲକ୍ଷ ୨୦ ହଜାର ଟଙ୍କା କାଢ଼ିନେବେ ବୋଲି କହିଥିଲେ। ପର ଦିନ ମନୁ ଓ ବିଶ୍ବ ୨ ଜଣ ସାଥୀ ଆନ୍ଧ୍ରପ୍ରଦେଶ ବୀରାଭଟମ ଭିଏଲ୍ ନଗରର ଭେଙ୍କଟ ରେଡ୍ଡି (୩୦), ଗେଡ଼ାମ ଅପର୍ଣ୍ଣା (୨୮) ସହ ପହଞ୍ଚି ଟ୍ରାକ୍ଟର ଟ୍ରାଏଲ କରିବୁ ବୋଲି କହି ଗାଡ଼ି ନେଇ ଫେରାର ମାରିଥିଲେ। ବହୁ ସମୟ ଧରି ସେମାନେ ନ ଫେରିବାରୁ ମାଲିକ ସେମାନେ ଦେଇଥିବା ସମସ୍ତଙ୍କ ନମ୍ବରକୁ ଫୋନ କରିଥିଲେ। କିନ୍ତୁ ସମସ୍ତଙ୍କ ଫୋନ ସୁଇଚ୍ଅଫ୍ ଆସିଥିଲା। ତେଣୁ ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଥାନା କେସ୍ ନଂ. ୧୨୨/୨୧, ଆଇପିସିର ଦଫା ୩୭୯, ୪୨୦ ଓ ୩୪ ଦଫାରେ ମାମଲା ରୁଜୁ କରିଥିଲା। ଆଇଆଇସି ଭାନୁଶଙ୍କର ଯାଦବ ମାମଲାର ତଦନ୍ତ ଦାୟିତ୍ବ ନେଇ ଅଭିଯୁକ୍ତମାନଙ୍କ ଫୋନ୍ ଟ୍ରାକ୍ କରି ରାୟଗଡ଼ରୁ ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
The post ସୋ’ରୁମରୁ ଟ୍ରାକ୍ଟର ଲୁଟି ଫେରାର ଘଟଣା: ରାୟଗଡ଼ାରୁ ୪ ଅଭିଯୁକ୍ତ ଗିରଫ, ଟ୍ରାକ୍ଟର ଜବତ first appeared on Sambad.from ଜିଲ୍ଲା | Sambad https://ift.tt/3cCqIeg
0 Comments