ନୂଆପଡ଼ା : ଓଡ଼ିଶା ସୀମାନ୍ତ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲାର ବେମୋଚା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଯୋଗୁଁ ପାଞ୍ଚ ସନ୍ତାନ ସହ ମା’ ରେଳ ଧାରଣାରେ ଆତ୍ମହତ୍ୟା କରିଛନ୍ତି। ମହାସମୁନ୍ଦ ଇମିଲିଭଟା ନହର ପୋଲିଆଠାରୁ ୬ଜଣଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଅନ୍ନପୂର୍ଣ୍ଣା ସାହୁ (୪୫ବର୍ଷ), ଯଶୋଦା ସାହୁ (୧୮ବର୍ଷ), ଭିମିକା ସାହୁ (୧୬ବର୍ଷ), କୁମକୁମ ସାହୁ(୧୨ବର୍ଷ), ତୁଳସୀ ସାହୁ (୧୦ବର୍ଷ)। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ପ୍ରକାଶ ଯେ ଗୁରୁବାର ସକାଳେ କିଛି ଲୋକ ମହାସମୁନ୍ଦ ଇମିଲିଭଟା ନହର ପୋଲିଆ ରେଳ ଧାରଣାରେ ୬ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ୧୧୨କୁ କଲ୍‌ କରି ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଉକ୍ତ ମହିଳା ତାଙ୍କ ପାଞ୍ଚ ସନ୍ତାନଙ୍କ ସହ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ସ୍ବାମୀ କେଜଓରାମ ସାହୁ ଚାଉଳ କଳରେ ହେମାଲ କାମ କରନ୍ତି। ତାଙ୍କ ନାମରେ ୧ ଏକର ୭୫ ଡିସମିଲ ଜମି ଅଛି। ଚଳିତ ବର୍ଷ ୨୬ କ୍ବିଣ୍ଟାଲ ଧାନ ବିକ୍ରି କରିଛନ୍ତି। ଗତ ରାତିରେ ପାରିବାରିକ କଳହ କାରଣରୁ ତାଙ୍କ ସ୍ତ୍ରୀ ଏବଂ ପାଞ୍ଚ ସନ୍ତାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

The post ପାରିିବାରିକ କଳହର କରୁଣ ପରିଣତି: ରେଳ ଧାରଣାରେ ପାଞ୍ଚ ସନ୍ତାନ ସହ ମା’ର ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3gmtO7f