
ନୂଆପଡ଼ା : ନୂଆପଡ଼ା ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଳାହାଣ୍ତି ସାଂସଦ ବସନ୍ତ ପଣ୍ଡା, ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଡିଆର୍ଡିଏ ପିଡି ନବୀନ ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚମ ଅର୍ଥ କମିସନରେ ଅନ୍ଟାଏଡ୍ ଫଣ୍ତରେ ୧ କୋଟି, ୬ ଲକ୍ଷ ୩୦ ହଜାର ୫୭୦ ଓ ଟାଏଡ୍ ଫଣ୍ତରେ ୧ କୋଟି ୫୯ ଲକ୍ଷ ୪୫ ହଜାର ୮୫୦ ଏବଂ ପଞ୍ଚମ ଅର୍ଥ କମିସନ ଡେଭ୍ୟୁଲୁସନ ଫଣ୍ତରେ ୧ କୋଟି ୪୫ ଲକ୍ଷ ୭୧ ହଜାର ୬୫୫ ଟଙ୍କା ପ୍ରସ୍ତାବ ଗୃହୀତ ହୋଇଛି।
ଅନ୍ଟାଏଡ୍ ଫଣ୍ତରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ ଓ ରକ୍ଷଣାବେକ୍ଷଣ, ରାସ୍ତା ଓ କଲଭଟ, ଡ୍ରେନ ନିର୍ମାଣ ସହ ଫୁଟ୍ପାଥ, ଗ୍ରାମାଞ୍ଚଳ ହାଟ, ପାର୍କ ଓ ଖେଳ ପଡ଼ିଆର ଉନ୍ନତୀକରଣ ହୋଇପାରିବ। ଟାଏଡ୍ ଫଣ୍ତରେ ଓଡିଏଫ୍ ଡ୍ରେନେଜ ବ୍ୟବସ୍ଥାର ରକ୍ଷଣାବେକ୍ଷଣ, ପାନୀୟ ଜଳଯୋଗାଣ, ବର୍ଷା ଜଳ ପରିଚାଳନା ଓ ସଂରକ୍ଷଣ, ଛୋଟ ପାନୀୟଜଳ ପ୍ରକଳ୍ପ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେବ। ସେହିପରି ପଞ୍ଚମ ଅର୍ଥ କମିସନ ଡେଭ୍ୟୁଲୁସନ ଫଣ୍ତରେ ହସ୍ପିଟାଲ, କଲେଜର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।
ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ଅବନୀ ରଂଜନ ଯୋଷୀ, ପ୍ରିୟରଂଜନ ମେହେର, ସେଫାଲି ସଲମା, ଗିରିରାଜ ମାଝୀ, ଉଜ୍ଜ୍ବଲ ଗୁପ୍ତା, ଭୁଗୁଲି ସୁନାନୀ, ଉଷା ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ।
The post ଜିଲ୍ଲାସ୍ତରୀୟ ସ୍ବତନ୍ତ୍ର ଜିଲ୍ଲା ପରିଷଦ ବୈଠକ: ୪ କୋଟିର ପ୍ରକଳ୍ପ ପ୍ରସ୍ତାବ ଆଗତ first appeared on Sambad.from ଜିଲ୍ଲା | Sambad https://ift.tt/2U1RExo
0 Comments