
ଜଟଣୀ : ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ନିକଟରୁ ପୁଲିସ ବିପୁଳ ପରିମାଣର ଚୋରା କିରୋସିନି ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି।
ଜଟଣୀ ଥାନା ପୁଲିସ୍ ପକ୍ଷରୁ ଶନିବାର ପିତାପଲ୍ଲୀରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ସେଠାରୁ ୭ ହଜାର ୨ଶହ ଲିଟର ଚୋରା କିରୋସିନି ଜବତ କରାଯାଇଛି। ଏହି କିରୋସିନି ୧୬ଟି ୫୦ଲିଟର ଡ୍ରମ୍ ଓ ୩୩ଟି ୨ଶହ ଲିଟର୍ ଡ୍ରମ୍ରେ ଭର୍ତ୍ତି କରାଯାଇ ଗୋଦାମରେ ରଖା ଯାଇଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ଥାନା ଅଧିକାରୀ ବିଶ୍ବରଂଜନ ସାହୁ ଏବଂ ଯାଆଁଳା ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ନାୟକ ଏହି ଗୋଦାମରେ ଚଢ଼ଉ କରିଥିଲେ। ଏହି ଚାଲାଣରେ ସମ୍ପୃକ୍ତ ଅନ୍ୟ ସଦସ୍ୟମାନେ ଖସି ପଳାଇଥିବା ବେଳେ ମଙ୍ଗୁଳିକୁ ପୁଲିସ୍ କାବୁ କରିଥିଲା। ଏନେଇ ଜଟଣୀ ଥାନା କେଶ୍ ସଂଖ୍ୟା ୧୯୦/୨୧ ଏବଂ ୭ଇସି ଧାରାରେ ମାମଲା ରୁଜୁ ହୋଇଛି। ଏହି କିରୋସିନି କେଉଁଠାରୁ ଆସିଛି ଓ କେଉଁଠିକୁ ଯିବାର ଥିଲା ସେନେଇ ପୁଲିସ ତଦନ୍ତ ଜାରି ରହିଥିବା ଅଧିକାରୀ ଶ୍ରୀ ସାହୁ କହିଛନ୍ତି| ମଙ୍ଗୁଳି ସ୍ବାଇଁଙ୍କୁ ଅଟକ ରଖି ପୁଲିସ ପଚରା ଉଚରା କରୁଛି।
The post ୭୨୦୦ ଲିଟର୍ କିରୋସିନି ଜବତ, ଜଣେ ଅଟକ first appeared on Sambad.from ଜିଲ୍ଲା | Sambad https://ift.tt/3xv2omD
0 Comments