
ସମ୍ବଲପୁର : ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିଅମ୍ର ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ପରିଚ୍ଛା (୫୪)ଙ୍କର ବୁଧବାର ଦିନ ୧.୩୦ରେ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି। ସମ୍ବଲପୁର ଫାଟକ ନିବାସୀ ଶ୍ରୀ ପରିଚ୍ଛା କରୋନାରେ ଆକ୍ରାନ୍ତ ହୋଇ ଗତ ମାସ ୨୦ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ଫୁସ୍ଫୁସ୍ ସଂକ୍ରମଣ ଯୋଗୁଁ ପ୍ରାଣ ହରାଇଥିଲେ। ତାଙ୍କର ପତ୍ନୀ ଇତି ଏବଂ ପୁଅ ଲକି ଅଛନ୍ତି। ସଂଧ୍ୟାରେ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଲକି ମୁଖାଗ୍ନି ଦେଇଥିଲେ। ସୁରେଶ ୧୯୯୩ରୁ ପଠାଣି ସାମନ୍ତ ପ୍ଲାନେଟାରିଅମ୍ରେ କାର୍ଯ୍ୟରତ ଥିଲେ। ସେ ଏକାଧିକ ବାର ବୁର୍ଲାର ଏପିଜେ ଅବଦୁଲ୍ କାଲାମ୍ ପ୍ଲାନେଟାରିୟମ୍ ଦାୟିତ୍ବରେ ବି ରହିଛନ୍ତି।
The post ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିଅମ୍ର ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ପରିଚ୍ଛାଙ୍କ ପରଲୋକ first appeared on Sambad.from ଜିଲ୍ଲା | Sambad https://ift.tt/3cvfvvZ
0 Comments