କଂଟାବଞ୍ଜି : ବଲାଙ୍ଗୀର ଜିଲ୍ଲା କଂଟାବାଞ୍ଜି ଥାନା ଅନ୍ତର୍ଗତ ଧାମନଡଙ୍ଗା ଗାଁରେ ଘରୋଇ କଳହକୁ ନେଇ ସ୍ତ୍ରୀ ଉର୍ମିଳା ମାଝୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗରେ ସ୍ବାମୀ ଜୟରାମ ମାଝୀ ଜେଲ୍‌ ଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ସୋମବାର ରାତିରେ ଜୟରାମ ସ୍ତ୍ରୀ ଉର୍ମିଳାଙ୍କୁ ବିଦ୍ୟୁତ ତାରରେ ତଣ୍ଟିଚିପି ହତ୍ୟା କରିଥିଲା। ପୁଲିସ ଶବ ଜବତ କରି ଜୟରାମକୁ ଗିରଫ କରିଥିଲା। ତଦନ୍ତ ବେଳେ ନିଜ ଘରେ କେମିତି ହତ୍ୟା କରିଥିଲା ତାର ଡେମୋ ଦେଖାଇବା ସହ ଦୋଷ ସ୍ବୀକାର କରିଥିଲା ଜୟରାମ। ଅଭିୁଯକ୍ତ ଜୟରାମକୁ ବୁଧବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ସତ୍ୟଜିତ କନ୍ଦଲକେଲ ସୂଚନା ଦେଇଛନ୍ତି।

The post ସ୍ତ୍ରୀ ତଣ୍ଟିଚିପି ହତ୍ୟା ମାମଲା, ଅଭିଯୁକ୍ତ ସ୍ବାମୀ ଜେଲ୍‌ ଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3xFA2X1