ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ପଞ୍ଚାୟତ ସମିତିର ପୂର୍ବ ଅଧ୍ୟକ୍ଷ ରାମକୁମାର ଅଗ୍ରୱାଲ(୮୬ବର୍ଷ)ଙ୍କ ବୁଧବାର ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ଏହି ଖବର ପ୍ରଚାର ହେବା ପରେ ବହୁ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ଯାଇଥିଲେ। ଶେଷ ସମୟରେ ପତ୍ନୀ ଗାୟତ୍ରୀ ଦେବୀଙ୍କ ସହ ଝିଅ ଶାରଦା ଅଗ୍ରୱାଲ, ୪ ପୁଅ ଅଶୋକ ମିତ୍ତଲ, ଲଳିତ ମିତ୍ତଲ, ସୁନୀଲ ମିତ୍ତଲ ଓ ଅନିଲ ମିତ୍ତଲ ଉପସ୍ଥିତ ଥିଲେ। ସ୍ଥାନୀୟ ଶ୍ମଶାନଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ଅଶୋକ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଅଗ୍ରୱାଲ ଉତ୍କଳ କଂଗ୍ରେସରେ ରହି ୧୯୬୦ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସକ୍ରିୟ ରାଜନୀତି କରିଥିଲେ। ୧୯୭୧ରୁ ୧୯୭୬ ପର୍ଯ୍ୟନ୍ତ ଡୁଙ୍ଗୁରିପାଲି ବ୍ଲକ୍‌ର ଚତୁର୍ଥ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଥିଲେ।

The post ପୂର୍ବ ବ୍ଲକ୍‌ ଅଧ୍ୟକ୍ଷ ରାମକୁମାର ଅଗ୍ରୱାଲଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/3jIwNub