
ଫୁଲବାଣୀ : ଗଞ୍ଜେଇ ଚାଲାଣରେ ଏବେ ମହିଳାମାନେ ବି ସାମିଲ୍ ହେବା ଦେଖିବାକୁ ମିଳିଛି। ଅମଳ ପରେ ଗଞ୍ଜେଇକୁ ବାହାର ଅଞ୍ଚଳକୁ ଚାଲାଣ କରିବା ମାଫିଆଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ହୋଇଥିବାବେଳେ ଅଧିକାଂଶ କ୍ଷେତ୍ରରେ ଏହି ବିପଦପୂର୍ଣ୍ଣ କାର୍ଯ୍ୟକୁ ମହିଳାମାନେ ତୁଲାଉଛନ୍ତି। ଗତ ସପ୍ତାହରେ ଫୁଲବାଣୀ ସହରର ଜଣେ ମହିଳା ଏକ କାର୍ରେ ଗୋଛାପଡ଼ା ଅଞ୍ଚଳରୁ ଗଞ୍ଜେଇ ଆଣି କଟକର ବିଡ଼ାନାସୀ ଅଞ୍ଚଳରେ ବେଶ୍ ସଫଳତାର ସହ ପହଞ୍ଚାଇ ପାରିଥିଲେ। ଜଣେ ପୁଲିସ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ଏହା ପ୍ରକାଶ କରିବାବେଳେ କନ୍ଧମାଳ ଜିଲ୍ଲାରେ କିଭଳି ଗଞ୍ଜେଇ ରାକେଟ୍ ଚାଲିଛି ତାହାର ଏକ ବାସ୍ତବ ଚିତ୍ର ସମ୍ପର୍କରେ ସୂଚନା ମିଳିଛି।
ଉକ୍ତ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, କେତେକ କ୍ଷେତ୍ରରେ ମହିଳାମାନେ ଚାରିଚକିଆ ଯାନରେ ଗଞ୍ଜେଇ ଭର୍ତ୍ତି କରି ଛୋଟଛୋଟ ପିଲାଙ୍କୁ ସାଥୀରେ ନେଇ ଫୁଲବାଣୀ ସହର ପାର୍ ହୋଇ ଯାଉଛନ୍ତି। ମହିଳା ଏବଂ ଛୋଟ ଛୋଟ ପିଲାମାନେ ଗାଡ଼ିରେ ଗଲେ କେହି ବି ସନ୍ଦେହ କରିବାର ନାହିଁ। ଏହାର ସୁଯୋଗ ନେଇ ମହିଳାମାନେ କନ୍ଧମାଳ ଜିଲ୍ଲାରୁ ଟନ୍ ଟନ୍ ଗଞ୍ଜେଇ ନେଇ ଜିଲ୍ଲା ବାହାରକୁ ଚାଲିଯିବାରେ ସଫଳ ହେଉଛନ୍ତି।
The post ଗଞ୍ଜେଇ ଚୋରା ଚାଲାଣରେ ମହିଳା, ବନବିଭାଗ ଓ ପୁଲିସ ଜ୍ଞାତସାରରେ କାରବାର first appeared on Sambad.from ଜିଲ୍ଲା | Sambad https://ift.tt/3gGseP4
0 Comments