
ପଣ୍ଡାପଡା : ଘଟଗାଁ ବ୍ଲକ୍ ରୁଟିଶିଳା ପଞ୍ଚାୟତ ସାରୁପାଟ ଗ୍ରାମରେ ଦୁଇଦିନ ହେବ ୨ଟି ବଣୁଆ ହାତୀ ଉତ୍ପାତ କରୁଛନ୍ତି। ଆମ୍ବ ବଗିଚାରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ସନ୍ଧ୍ୟା ହେଲେ ହାତୀ ଦୁଇଟି ଆମ୍ବପଣସ ଖାଇବା ଉଦ୍ଦେଶ୍ୟରେ ଗାଁମୁହାଁ ହେଉଛନ୍ତି। ଗ୍ରାମର କୃଷ୍ଣଚନ୍ଦ୍ର ପଧୁରିଆ, କାଶିନାଥ ପଧୁରିଆ, କରୁଣାକର ପଧୁରିଆ, ଟଙ୍କଧର ନାଏକ, ଖଗେଶ୍ୱର ମହାନ୍ତ ଓ ଭାଲିଆଡିହ ସାହିର ତରଣୀସେନ ମୁଣ୍ଡା, ବିନୋଦ ମୁଣ୍ଡା, ଜିତେନ୍ଦ୍ର ମୁଣ୍ଡା, ଶ୍ରଧର ମୁଣ୍ଡାଙ୍କ ବଗିଚାରେ ପଶି ହାତୀ ଗଛଡାଳ ଭାଙ୍ଗିଥିବା ଜଣାପଡ଼ିଛି।
The post ଆମ୍ବ ବଗିଚା ନଷ୍ଟ କଲେ ହାତୀ first appeared on Sambad.from ଜିଲ୍ଲା | Sambad https://ift.tt/3cHoNoO
0 Comments