
ପାଟଣାଗଡ଼/ଲରମ୍ଭା : ସ୍ତ୍ରୀଙ୍କ ଶବକୁ ଆମ୍ବୁଲାନ୍ସରେ ଘରକୁ ନେଇ ଫେରୁଥିବାବେଳେ ଏହା ଦୁର୍ଘଟଣାଗ୍ରସ୍ତ ହେବାରୁ ସ୍ବାମୀଙ୍କ ଜୀବନ ଚାଲିଯାଇଛି। ବଲାଙ୍ଗୀର ଜିଲ୍ଲାରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।
ଘଟଣାରୁ ପ୍ରକାଶ, ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ଲର୍କି ଗ୍ରାମର ବିପିନ ସେଠଙ୍କ ପତ୍ନୀ ସାଇବାନୀ ସେଠଙ୍କ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ଭୋର୍ ସମୟରେ ଏକ ଆମ୍ବୁଲାନ୍ସ (ଓଡି-୧୫କ୍ୟୁ-୨୮୫୫) ଯୋଗେ ସ୍ତ୍ରୀଙ୍କ ଶବ ନେଇ ବିପିନ ଘରକୁ ଆସୁଥିଲେ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼- ପଦ୍ମପୁର ରାସ୍ତାର ଝୁଲେନବର ନିକଟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ରାସ୍ତାକଡ଼ର ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ ବିପିନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ଦମ୍ପତିଙ୍କ ମୃତଦେହ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ପୁଲିସ ମଧ୍ୟ ଏହାର ତଦନ୍ତ କରୁଛି।
The post ସ୍ତ୍ରୀଙ୍କ ଶବଗାଡ଼ି ଦୁର୍ଘଟଣାଗ୍ରସ୍ତ; ସ୍ବାମୀ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3gkM6G7
0 Comments