
ରେଢ଼ାଖୋଲ : ଦ୍ବିତୀୟ ବିବାହ କରିବା ଅଭିଯୋଗରେ ରେଢ଼ାଖୋଲ ଥାନା ପୁଲିସ ସ୍ଥାନୀୟ ତନ୍ତଗାଡ଼ ଗ୍ରାମର ଯୁଧିଷ୍ଠିର ସାହୁ(୫୫)ଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ ଯୁଧିଷ୍ଠିର ଏହି ଥାନା ଅନ୍ତର୍ଗତ ମଧପୁର ଗ୍ରାମର କନକ ସାହୁଙ୍କୁ ବିବାହ କରିଥିଲେ। ତାଙ୍କର ୨୩ ବର୍ଷର ଝିଅ ଓ ୧୩ ବର୍ଷର ପୁଅ ଅଛି। ବିବାହ ପରଠାରୁ ବିଭିନ୍ନ ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ ଆସୁଥିଲା। ଫଳରେ ସ୍ତ୍ରୀ କନକ ଗତ କିଛି ମାସ ହେବ ତାଙ୍କ ବାପ ଘର ମଧୁପୁର ଗ୍ରାମରେ ରହୁଥିଲେ। ଇତି ମଧ୍ୟରେ ଏହାର ସୁଯୋଗ ନେଇ ୩ ଦିନ ତଳେ ଯୁଧିଷ୍ଠିର ସୋନପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦ୍ବିତୀୟ ବିବାହ କରିଥିଲେ।
ଏ ସଂପର୍କରେ କନକ ଜାଣିବା ପରେ ବୁଧବାର ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍ ନଂ ୧୧୧ ଓ ଦଫା ୪୯୮(ଏ), ୪୯୪, ୫୦୬ରେ ଏକ ମାମଲା ରୁଜୁ କରି ସନ୍ଧ୍ୟାରେ ଅଭିଯୁକ୍ତ ଯୁଧିଷ୍ଠିରଙ୍କୁ ଗିରଫ କରିଛି। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍ଆଇ ବୈଭବ ମାଳା ସ୍ବାଇଁ ସୂଚନା ଦେଇଛନ୍ତି।
The post ଦ୍ୱିତୀୟ ବିବାହ କରି ସ୍ୱାମୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3vS6bsP
0 Comments